You are currently viewing ଗ୍ରାହକଙ୍କୁ ୮୦ ପ୍ରତିଶତ ଡିସକାଉଣ୍ଟ

ଗ୍ରାହକଙ୍କୁ ୮୦ ପ୍ରତିଶତ ଡିସକାଉଣ୍ଟ

ନୂଆଦିଲ୍ଲୀ(୨୪.୯.୨୨) : ଭାରତର ସବୁଠାରୁ ବଡ ଅନଲାଇନ ରିଟେଲ କମ୍ପାନୀ ରିଲିଏନ୍ସ ଜିଓମାର୍ଟ ବର୍ଷର ସବୁଠାରୁ ବଡ ଫେଷ୍ଟିଭାଲ ସେଲ ଘୋଷଣା କରିଛି । ଜିଓମାର୍ଟର ଏହି ସେଲ ୨୩ ସେପ୍ଟେମ୍ବରରୁ ୨୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । କମ୍ପାନୀ ଏଥିରେ ଦୁଇଟି ସେଲ ଘୋଷଣା କରିଛି । ଗୋଟେର ନାମ ତ୍ୟୋହାର ରେଡି ସେଲ ରହିଥିବା ବେଳେ ଦ୍ୱିତୀୟ ନାମ ବେଷ୍ଟିଭାଲ ସେଲ ରହିଛି । ଏଥିରେ ଗ୍ରାହକଙ୍କୁ ଜବରଦସ୍ତ ଡିସକାଉଣ୍ଟ ଅଫର ମିଳୁଛି। ଆଗାମୀ ଫେଷ୍ଟିଭ ସିଜିନି ଅଫର ପାଇଁ ଲୋକ ସପିଂ କରିବା ଆରମ୍ଭ କରିଦେଇଛନ୍ତି। ଯଦି ଆପଣ କିଚେନ ଏବଂ ହୋମ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ, ବ୍ୟୁଟି ପ୍ରଡକ୍ଟ, ଇଲେକ୍ଟ୍ରୋନିକ୍ସ ଆଇଟମ୍ ଇତ୍ୟାଦିରେ ୮୦ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ। ଏହି ସେଲରେ ରିଲାଏନ୍ସ ଜବରଦସ୍ତ ଅଫର ଦେଉଛି। ଏହାସହିତ କମ୍ପାନୀ କିଛି ବ୍ୟାଙ୍କ ଗ୍ରାହକଙ୍କୁ ଅତିରିକ୍ତ ଲାଭ ମଧ୍ୟ ଦେଉଛି। ୮୦ ପ୍ରତିଶତ ଡିସକାଉଣ୍ଟର ଲାଭ ଉଠାଇବା ପାଇଁ ଅତିକମ୍ରେ ୬,୯୯୯ ଟଙ୍କା ସପିଂ କରିବାକୁ ହେବ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କୁ ଡେବିଟ୍ କାର୍ଡରେ ସପିଂ କରିବା ଦ୍ୱାରା ଜବରଦସ୍ତ ଅଫରର ଲାଭ ମଧ୍ୟ ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।