You are currently viewing ଗ୍ରୁପ୍‌ କଲ୍‌ ପାଇଁ ଏବେ କରିପାରିବେ ଲିଙ୍କ୍‌ ସେୟାର

ଗ୍ରୁପ୍‌ କଲ୍‌ ପାଇଁ ଏବେ କରିପାରିବେ ଲିଙ୍କ୍‌ ସେୟାର

ନୂଆଦିଲ୍ଲୀ ୨୪/୧୧, ହ୍ଵାଟ୍ସଆପ୍‌ ନିଜର ୟୁଜର୍ସଙ୍କୁ ବହୁତ ଖାସ୍‌ ଫିଲ୍‌ କରାଇବା ପାଇଁ ସବୁବେଳେ ନୂଆ ନୂଆ ଫିଚର ଲଞ୍ଚ୍‌ କରୁଛି। ଫିଚର୍ସ ଗୁଡିକୁ ଲଗାତର ଭାବେ ପରିବର୍ତ୍ତନ ମଧ୍ୟ କରୁଛି ହ୍ଵାଟ୍ସଆପ୍‌। ତେବେ ଏହାରି ଭିତରେ ହ୍ଵାଟ୍ସଆପ୍‌ ଏକ ଏପରି ଫିଚର ଲଞ୍ଚ୍‌ କରିଛି ଯାହାଦ୍ୱାରା ଆପଣ ହ୍ଵାଟ୍ସଆପରେ ଭଏସ ଏବଂ ଭିଡିଓ କଲିଙ୍ଗ ପାଇଁ କଲ୍‌ ଲିଙ୍କ୍‌ ସେୟାର କରିପାରିବେ। ଅର୍ଥାତ୍‌ ଆପଣ ଯଦି ମିଟିଙ୍ଗ କିମ୍ବା ବନ୍ଧୁ ପରିଜନଙ୍କୁ ଏକାଠି କରି କଥା ହେବାକୁ ଚାହୁଁଛନ୍ତି ତାହେଲେ ଗ୍ରୁପ୍‌ କଲ୍‌ ପାଇଁ ସେମାନଙ୍କୁ ଆପଣ ଲିଙ୍କ୍‌ ପଠାଇପାରିବେ। ଯାହାଦ୍ୱାରା ଆପଣ ଯାହାକୁ ଏହି ଲିଙ୍କ୍‌ ପଠାଇଥିବେ ସେ ଏହି ଲିଙ୍କକୁ କ୍ଲିକ କରି ସହଜରେ ଜଏନ ହୋଇପାରିବେ। ହ୍ଵାଟ୍ସଆପରେ ଏବେ ଗ୍ରୁପ୍‌ କଲିଙ୍ଗ ସମୟରେ ୩୨ ଜଣ ମେମ୍ବରଙ୍କୁ ସାମିଲ କରାଯାଇପାରିବ। ଏହାସହିତ ହି ହ୍ଵାଟ୍ସଆପ୍‌ ଗ୍ରୁପ୍‌ କଲ୍‌ କିମ୍ବା ମିଟିଙ୍ଗ ପାଇଁ ଲିଙ୍କକୁ ସେୟାର ମଧ୍ୟ କରିପାରିବେ।

ନୂଆ ଅପଡେଟ ପରେ ହ୍ଵାଟ୍ସଆପ ୟୁଜର୍ସଙ୍କୁ କଲ୍‌ କରୁଥିବା ଅପ୍ସନରେ ‘କ୍ରିଏଟ କଲ୍‌ ଲିଙ୍କସ’ନାମକ ବିକଳ୍ପ ବି ଦେଇଛି। ଏଠାରେ ୟୁଜର୍ସଙ୍କୁ ପ୍ରଶ୍ନ କରାଯିବ ଯେ ଆପଣ ଭିଡିଓ କଲ୍‌ କରିବାକୁ ଚାହୁଁଛନ୍ତି ନା ଭଏସ କଲ୍‌। ଏହାର ଅର୍ଥ କ୍ରିଏଟ ଲିଙ୍କ ଫିଚରରେ ଆପଣ ଭଏସ କଲ୍‌ ସହିତ ଭିଡିଓ କଲ୍‌ ବି କରିପାରିବେ। କଲ୍‌ ଟାଇପ୍‌ ସିଲେକ୍ଟ କରିବା କ୍ଷଣି ହିଁ ଲିଙ୍କର ୟୁଆରଏଲ କ୍ରିଏଟ ହୋଇଯିବ। ଏବେ ଆପଣଙ୍କୁ ଏହି ୟୁଆରଏଲକୁ ସେୟାର କରିବା ପାଇଁ ବିକଳ୍ପ ଦେଖାଯିବ। ଏଥିରେ ସେଣ୍ଡ ଲିଙ୍କ ଭାୟା ହ୍ଵାଟ୍ସଆପ୍‌ କପି ଲିଙ୍କ୍‌ ଏବଂ ସେୟାର ଲିଙ୍କର ବିକଳ୍ପ ସାମିଲ ହେବ। ଏବେ ଆପଣ ଏହି ଲିଙ୍କକୁ ତିନିଟି ବିକଳ୍ପ ମଧ୍ୟରୁ କୌଣସି ଗୋଟିଏ ବିକଳ୍ପ ବାଛି ପାରିବେ, ନିଜ ବନ୍ଧୁ ଅବା ପରିବାର କିମ୍ବା ମିଟିଙ୍ଗ ପର୍ସନଙ୍କ ସହିତ ସେୟାର କରିପାରିବେ। ଲୋକ ଏହି ଲିଙ୍କ ଉପରେ କ୍ଲିକ କରି ଆପଣଙ୍କ କଲ୍‌ ସହ ସହଜରେ ଜଏନ୍‌ ହୋଇପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।