You are currently viewing ଧନତେରାସରେ ରେକର୍ଡ ସୁନା ବିକ୍ରି

ଧନତେରାସରେ ରେକର୍ଡ ସୁନା ବିକ୍ରି

ନୂଆଦିଲ୍ଲୀ (୨୫.୧୦.୨୨) : ଧନତେରାସରେ ରେକର୍ଡ ବ୍ୟବସାୟ ହୋଇଛି ସୁନା ଦୋକାନରେ । ଶନିବାର ଏବଂ ରହବିବାର ରେକର୍ଡ ବ୍ୟବସାୟ ହୋଇଛି । ଏହି ୨ ଦିନରେ ପ୍ରାୟ ୪୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟବସାୟ ହୋଇଛି ।

ଯେଉଁଥିରେ ଅଳଙ୍କାର ବ୍ୟବସାୟରେ ପ୍ରାୟ ୨୫ ହଜାର କୋଟି ପାଖାପାଖି ରହିଛି। ଅନ୍ୟ ୨୦ ହଜାର କୋଟିର ବ୍ୟବସାୟ ଅଟୋମୋବାଇଲ, କମ୍ପ୍ୟୁଟର ଏବଂ କମ୍ପ୍ୟୁଟର ସାମଗ୍ରୀ, ଫର୍ଣ୍ଣିଚର, ଘର ଏବଂ କାର୍ଯ୍ୟାଳୟ ସାଜସଜ୍ଜା ସାମଗ୍ରୀ, ମିଠା ଏବଂ ସ୍ନାକ୍ସ, ରୋଷେଇ ସାମଗ୍ରୀ, ବାସନ, ଇଲେକ୍ଟ୍ରାନିକ୍ସ, ମୋବାଇଲରେ ହୋଇଛି।

କେଟର ସହଯୋଗୀ ସଂଗଠନ ଅଲ ଇଣ୍ଡିଆ ଜ୍ବେଲର୍ସ ଏବ ଗୋଲ୍ଡସ୍ମିଥ୍ ଫେଡେରେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଙ୍କଜ ଅରୋଡା କହିଛନ୍ତି ଯେ, ଭାରତୀୟ ସ୍ବର୍ଣ୍ଣ ଉଦ୍ୟୋଗ କରୋନା ସଙ୍କଟରୁ ବାହାରିସାରିଛି ଏବଂ ଭାରତରେ ସୁନାର ଚାହିଦା ସର୍ବୋଚ୍ଚ ସ୍ତରରେ ରହିଛି। ସେ କହିଛନ୍ତି ଯେ ୨୦୨୧ ତୁଳନାରେ ୨୦୨୨ ରେ ଭାରତରେ ସ୍ବର୍ଣ୍ଣ ଆମଦାନୀ ପ୍ରାୟ ୧୧.୭୨ ପ୍ରତିଶତ ହ୍ରାସ ହୋଇଛି। ଗତ ବର୍ଷ ଯେଉଁଠାରେ ଭାରତରେ ପ୍ରଥମ ଛଅମାସରେ ୩୪୬.୭୮ ଟନ୍ ସୁନା ଆମଦାନୀ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।