You are currently viewing ଗିରଫ ହେଲେ ରଜନୀକାନ୍ତଙ୍କ ଅଭିନୀତ ‘ଜେଲର୍‌’ ସିନେମାରେ ଖଳନାୟକ ସାଜିଥିବା ଅଭିନେତା ବିନାୟକନ

ଗିରଫ ହେଲେ ରଜନୀକାନ୍ତଙ୍କ ଅଭିନୀତ ‘ଜେଲର୍‌’ ସିନେମାରେ ଖଳନାୟକ ସାଜିଥିବା ଅଭିନେତା ବିନାୟକନ

ଥିରୁଅନନ୍ତପୁରମ: ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗରେ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍‌’ରେ ଖଳନାୟକ ଭୂମିକାରେ ଅଭିନୟକ କରିଥିବା ଅଭିନେତା ବିନାୟକନ୍‌ଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ କହିଛି।

ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ସେ ବାସକରୁଥିବା ଆପାର୍ଟମେଣ୍ଟ୍‌ରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ପାଇବା ପରେ ପଚରା ଉଚରା ନିମନ୍ତେ ତାଙ୍କୁ ଥାନାକୁ ଡକା ଯାଇଥିଲା। ଥାନାରେ ମଧ୍ୟ ସେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ। ସେହି କାରଣରୁ ହିଁ ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବିନାୟକନ୍‌ ହେଉଛନ୍ତି ତାମିଲ ବଂଶୋଦ୍ଭବ ଭାରତୀୟ ଅଭିନେତା। ସେ ମୁଖ୍ୟତଃ ତାମିଲ୍‌ ଓ ମଲାୟାଲମ୍‌ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସମେତ ବିନାୟକନ ‘କେରଳ ଫିଲ୍ମ୍‌ ଷ୍ଟେଟ୍‌ ଆୱାର୍ଡ’ ପାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।