You are currently viewing ଲୋକପ୍ରିୟ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ଲୋକପ୍ରିୟ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ-୦୬.୧୦.୨୦୨୧, ଆଉ ନାହାନ୍ତି ରାବଣ । ଲୋକପ୍ରିୟ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଘଟିଛି। ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ ଅରବିନ୍ଦ ତ୍ରିବେଦୀ । ସେ ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମଙ୍ଗଳବାର ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।
ରାମାୟଣରେ ରାବଣ ଭୂମିକାରେ ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ନିଜ ଛାପ ଛାଡ଼ି ଯାଇଛନ୍ତି। ରାବଣ ଚରିତ୍ରକୁ ମନେ ପକାଇଲେ ତାଙ୍କର ଚେହେରା ସାମ୍ନାକୁ ଆସେ । ଏହାବାଦ ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ସେ ଉଚ୍ଚ କୋଟିର ଅଭିନୟ କରିଥିଲେ। ସୂଚନା ଅନୁସାରେ, ଆଜି ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।