You are currently viewing ‘ଦ କପିଲ ଶର୍ମା ଶୋ’ବିରୋଧରେ ଏଫ୍‌ଆଇଆର ଦାଖଲ

‘ଦ କପିଲ ଶର୍ମା ଶୋ’ବିରୋଧରେ ଏଫ୍‌ଆଇଆର ଦାଖଲ

ନୂଆଦିଲ୍ଲୀ,୨୪/୦୯: ମଧ୍ୟପ୍ରଦେଶର ଶିବପୁରୀ କୋର୍ଟରେ ‘ଦ କପିଲ ଶର୍ମା ଶୋ’ର ନିର୍ମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ଏକ ଏପିସୋଡରେ ଦେଖାଯାଇଥିବା ସିନ୍ ପାଇଁ ବିବାଦ ଉପୁଜୁଛି । ଏକ ଏପିସୋଡରେ ଜଣେ ଆକ୍ଟର କୋର୍ଟ ରୁମରେ ମଦ୍ୟପାନ କରୁଥିବାର ଦେଖିବାକୁ ମିଳିଥିଲା । ସେଥିପାଇଁ ‘ଦ କପିଲ ଶର୍ମା ଶୋ’ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଛି । ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଶୋରେ ଅନେକ ସମୟରେ ମହିଳାଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ଦିଆଯଉଛି । ସୂଚନା ଅନୁଯାୟୀ ଅଭିଯୋଗ କରିଥିବା ଓକିଲଙ୍କ କହିବା ଅନୁଯାୟୀ , ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ଜଣେ କଳାକାର କୋର୍ଟ ରୁମରେ ମଦ୍ୟପାନ କରୁଥିବା ଦେଖାଯାଇଥିଲା । ଏହା କୋର୍ଟ ପାଇଁ ଅବମାନନା । ତେଣୁ ମୁଁ କୋର୍ଟରେ ଧାରା ୩୬/୩ ଅନୁଯାୟୀ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି । ଏହି ମାମଲା ଅକ୍ଟୋବର ପହିଲାରେ ଶୁଶାଣି ହେବ । ଏହି ଏପିସୋଡ ଜାନୁଆରି ୨୦୨୦ରେ ପ୍ରସାରଣ କରାଯାଇଥିଲା । ଏହାର ପୁନରାବୃତ୍ତି ଟେଲିକାଷ୍ଟ ୨୦୨୧ ରେ ହୋଇଥିଲା । ତେବେ ଏଫ୍‌ଆଇଆର ଦାଖଲ ପରେ କପିଲ ଶର୍ମାଙ୍କ ପୁଣି ଥରେ ବିବାଦ ଭିତରକୁ ଆସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।