You are currently viewing ବିବାହ କରିସାରିଛନ୍ତି ନୁସରତ୍ ଓ ୟଶ ଦାସଗୁପ୍ତା

ବିବାହ କରିସାରିଛନ୍ତି ନୁସରତ୍ ଓ ୟଶ ଦାସଗୁପ୍ତା

ନୂଆଦିଲ୍ଳୀ ୨୦/୧୧ : ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ, ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ଠାରୁ ଅଲଗା ହେବା ପରେ , ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି । ଅଭିନେତ୍ରୀଙ୍କ ବିବାହ ଅବୈଧ ହେବା ପରେ ବର୍ତ୍ତମାନ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ବହୁତ ସମୟ ବିତାଉଛନ୍ତି। ଅନେକ ସମୟରେ ନୁସରତ ୟଶଙ୍କ ସହ ଫଟୋ ମଧ୍ୟ ସେୟାର କରନ୍ତି । ଯାହା ଦେଖିବା ପରେ ଲାଗୁଛି ନୁସରତ ପ୍ରକୃତରେ କଣ ୟଶ ଦାସଗୁପ୍ତଙ୍କ ସହ ବିବାହ କରିଛନ୍ତି କି? ନୁସରତଙ୍କର ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ବେଆଇନ ହେବା ପରେ, ସେ ପୁଣିଥରେ ୟଶ ଦାସଗୁପ୍ତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ଉଭୟେ ହସୁଥିବା ଦେଖାଯାଉଛି। ଏହି ଫଟୋ ଦେଖିବା ପରେ, ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସମାନେ ନୁସରତଙ୍କ ଅନେକ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁଯାୟୀ କୁହାଯାଉଛି କି ବର୍ତ୍ତମାନ ଉଭୟ ଏକାଠି ରହୁଛନ୍ତି । ଦୁହେଁ ଏକାଠି ଫଟୋ ମଧ୍ୟ ସେୟାର କରିଛନ୍ତି । ନିକଟରେ ଦୀପାବଳୀରେ ପ୍ରଥମ ଥର ପାଇଁ ତାଙ୍କ ପୁଅର ମୁହଁ ଦେଖାଇଥିଲେ । ନିକଟରେ, ନୁସରତ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସେ ଲେଖଛନ୍ତି ଯେ, ‘ଆମକୁ ଆଶୀର୍ବାଦ କରନ୍ତୁ’। ତେବେ ନୁସରତ କାହିଁକି ଆଶୀର୍ବାଦ ମାଗିଛନ୍ତି । ଏହାସହ ନୁସରତ ଏବଂ ୟଶ ଏହି ଫଟୋ ସହିତ ସେ ଆଉ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । 

କିନ୍ତୁ ବାସ୍ତବରେ,  ଏହି ସବୁ ଗପସପ ଏବଂ ଗୁଜବ ମଧ୍ୟରେ, ନୁସରତ୍ ଓ ୟଶ ଦାସଗୁପ୍ତା  ଶିଲାଦିତ୍ୟ ମୌଲିକଙ୍କ ପରବର୍ତ୍ତୀ ରାଜନୈତିକ ଚଳଚ୍ଚିତ୍ର ‘ମାଷ୍ଟରମୋଶାଇ ଆପ୍ନି କିଚୁ ଦେଖେନି’ ପାଇଁ ଏକାଠି ନଜର ଆସିବେ । ଚଳଚ୍ଚିତ୍ରରେ  ଅନ୍ୟ ପୁରୁଷ ଲିଡ୍ ଦେଖିବୁ ମିଳିବ କିନ୍ତୁ ଏହି ଭୂମିକାରେ କିଏ ଅଭିନୟ କରିବେ ତାହା ସ୍ଥିର ହୋଇନାହିଁ । ଏହି ଚଳଚ୍ଚିତ୍ରର ଶୁଭମୁହୂର୍ତ୍ତ   ସରିଯାଇଛି ଏବଂ ବର୍ତ୍ତମାନ ଯଦି ଯୋଜନା ଅନୁଯାୟୀ ସବୁ କିଛି ହୁଏ ତେବେ ସୁଟିଂ ଡିସେମ୍ବରରୁ ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।