You are currently viewing ୪୪ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ରାଣୀ ମୁଖାର୍ଜୀ

୪୪ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ରାଣୀ ମୁଖାର୍ଜୀ

ମୁମ୍ଵାଇ-୨୧/୦୩, ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଆଜି ୪୪ ବର୍ଷରେ ପାଦ ଦେଇଛନ୍ତି । ରାଣୀ ମୁଖାର୍ଜୀ ୨୧ ମାର୍ଚ୍ଚ ୧୯୭୮ ମସିହାରେ ଜନ୍ମ ହୋଇଥିଲେ । ସେ ୧୬ ବର୍ଷ ବୟସରେ ‘ରାଜା କି ଆଏଗି ବାରାତ’ ଫିଲ୍ମ ମାଧ୍ୟମରେ ବଳିଉଡରେ ପାଦ ଦେଇଥିଲେ । ଆଜି ଯାଏଁ ସେ ଅଭିନୟ କରିଥିବା ସମସ୍ତ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିବା ବେଳେ ଅନ୍ୟପଟେ ତାଙ୍କ ଶବ୍ଦ ସ୍ୱର ପାଇଁ ସେ ବିବାଦକୁ ମଧ୍ୟ ଆସିଥିଲେ । ଏପରିକି ଅଭିନେତା ଅମିରଖାନ ମଧ୍ୟ ଏଥିପାଇଁ ତାଙ୍କର ମଜାକ୍ ଉଡାଇଥିଲେ । କିନ୍ତୁ  କୁହାଯାଇଥାଏ ପ୍ରତିଭା ଆଗରେ ସବୁକିଛି ଫିକା ପଡିଯାଏ । ରାନୀମୁଖାର୍ଜୀଙ୍କ ଠାରେ ମଧ୍ୟ ଠିକ ସେପରି ହୋଇଥିଲା।

ଅନ୍ୟପଟେ ରାନୀ ଫ୍ୟାଶନ ଡିଜାଇନର ହେବାକୁ ଇଛା ରଖିଥିବା ବେଳେ ତାଙ୍କ ପିତାଙ୍କ ପାଇଁ ସେ  ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ଏହାପରେ ଅନେକ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଲେ । ଏହାପରେ ହଠାତ୍ ସେ ଫିଲ୍ମ ଦୁନିଆରୁ ଗାଏବ ହେବା ପରେ ୨୦୧୪ରେ   ଫିଲ୍ମ ମେକର ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ ।  ପରେ ସମସ୍ତଙ୍କ ସହମ୍ମତିରେ  ଉଭୟ ପକ୍ଷର ପରିବାରଲୋକଙ୍କ ଉପସ୍ଥିତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  ଏହାପରେ ରାଣୀ ପରିବାରକୁ ସମୟ ଦେବା ପାଇଁ କିଛି ଦିନ ଫିଲ୍ମ ଦୁନିଆରୁ ଦୁରେଇ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପତିଙ୍କ କହିବା ଅନୁସାରେ ସେ ଫିଲ୍ମ ‘ମର୍ଦ୍ଦାନୀ’  ଏବଂ ‘ବ୍ଲାକ’ ଜରିଆରେ ବଲିଉଡକୁ ଫେରିଥିଲେ । ପୁଣି ଥରେ ବଲିଉଡ଼କୁ ଏଣ୍ଟ୍ରି କରିବା ପରେ ସେ ଏହି ଫିଲ୍ମରେ  ଦମଦାର ଅଭିନୟ ପାଇଁ ଅନେକ ଆୱର୍ଡ ମଧ୍ୟ ହାତେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।