You are currently viewing ହଲିଉଡ ଅଭିନେତା ତଥା ଡ୍ୟାନ୍ସର ଷ୍ଟିଫେନ ବସ୍‌ଙ୍କ ଆତ୍ମହତ୍ୟା

ହଲିଉଡ ଅଭିନେତା ତଥା ଡ୍ୟାନ୍ସର ଷ୍ଟିଫେନ ବସ୍‌ଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ(୧୭.୧୨.୨୨) :ଦି ଏଲିନ ଡି ଜନସ ଏବଂ ଶୋ ୟୁ ଥିଙ୍କ ୟୁ କ୍ୟାନ୍ ଡ୍ୟାନ୍ସ ଭଳି ଲୋକପ୍ରିୟ ଶୋରେ ଅଭିନୟ କରିଥିବା ଷ୍ଟିଫେନ ବସ୍ ଆତ୍ମହତ୍ୟା କରିଛନ୍ତି। ଡିସେମ୍ବର ୧୩ ତାରିଖର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି । ଷ୍ଟିଫେନଙ୍କ ମୃତ୍ୟୁରେ ହଲିଉଡ ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରୀ ପର୍ୟନ୍ତ ଶୋକର ଛାୟା ଖେଳିଯାଇଛି। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଷ୍ଟିଫେନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଇନଷ୍ଟାରେ ଏକ ଭାବବିହ୍ଵଳ ପୋଷ୍ଟ ସେୟାର କରିଛନ୍ତି ।ପ୍ରିୟଙ୍କା ଷ୍ଟିଫେନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଇନଷ୍ଟାରେ ଷ୍ଟୋରୀ ସେୟାର କରିଛନ୍ତି, ପ୍ରିୟଙ୍କା ଷ୍ଟିଫେନଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଏପର୍ୟ୍ୟନ୍ତ ମୁଁ ଏ ଖବରକୁ ବିଶ୍ୱାସ କରିପାରୁନାହିଁ। ଆପଣ ଦୁନିଆକୁ ବହୁତ କିଛି ଦେଇଛନ୍ତି । କେବେ ବି କାହା ବିଷୟରେ ମୁଣ୍ଡ ଖେଳାନ୍ତି ନାହିଁ। ଆପଣ ବାସ୍ତବରେ ସମସ୍ତଙ୍କ ପାଇଁ ଆଲୋକ ଥିଲେ। ଷ୍ଟିଫେନଙ୍କ ପତ୍ନୀ ଏଲିସନ ଏବଂ ପିଲାଙ୍କ ପ୍ରତି ମୋର ସମବେଦନା।ଷ୍ଟିଫେନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏଲିସନ କହିଥିଲେ, ମୋ ସ୍ୱାମୀ ଆଉ ନାହାନ୍ତି, ସେ ଆମକୁ ଛାଡି ଚାଲିଯାଇଛନ୍ତି । ସେ ସବୁବେଳେ ପରିବାର, ସାଙ୍ଗ ସାଥି, ଫ୍ୟାନ୍ସଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି। ଆମ ପରିବାରର ମେରୁଦଣ୍ଡ, ଜଣେ ଭଲ ସ୍ୱାମୀ ଏବଂ ବାପା, ନିଜ ପ୍ରଶଂସକଙ୍କ ପ୍ରେରଣା ସାଜିଥିବା ଷ୍ଟିଫେନ ଆଉ ନାହାନ୍ତି। ତାଙ୍କୁ ଶ୍ରଦ୍ଧାଞ୍ଜଳି ।ଲସ ଏଞ୍ଜେଲସର ହୋଟେଲ ରୁମରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ସେ କାହିଁକି ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।