You are currently viewing ମାଲାୟାଲମ୍ ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ

ମାଲାୟାଲମ୍ ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ

ଥିରୁଅନନ୍ତପୁରମ୍‌, ୧୧/୦୯: ପ୍ରସିଦ୍ଧ ଲୋକପ୍ରିୟ ମାଲାୟଲମ୍ ଟିଭି ଅଭିନେତା ରମେଶ ଭାଲିୟାସାଲାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି ।ନିଜ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ମିଳିଛି । ଏହି ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାୟୀ କୋଳର ଏହି ପ୍ରସିଦ୍ଧ ଅଭିନେତା ଜଣଙ୍କ ଦୁଇଦିନ ପୂର୍ବରୁ ନିଜର ନୂଆ ପ୍ରୋଜେକ୍ଟ ପାଇଁ ସୁଟିଂ ସାରି ଫେରିଥିଲେ । ସେ ରାଜ୍ୟର ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ । ଟିଭି ବ୍ୟତୀତ ସେ ଫିଲ୍ୱ ଜଗତରେ ବି କାମ କରିଛନ୍ତି । ରମେଶ ନିଜର କଲେଜ ଦିନରୁ ସାଙ୍ଗମାନଙ୍କ ସହିତ ନାଟକ କରୁଥିଲେ । ଗତ ୨୨ ବର୍ଷ ଧରି ସେ ଟେଲି ଦୁନିଆରେ ସେ ସକ୍ରିୟ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।