You are currently viewing ମୁଗଡାଲି ପାଣିର ଫାଇଦା…

ମୁଗଡାଲି ପାଣିର ଫାଇଦା…

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ମୁଗଡାଲିରେ ବହୁତ ପ୍ରୋଟିନ ରହିଥାଏ । ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ । ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କପର୍‌, ଏବଂ ଅନେକ ପ୍ରକାରର ଭିଟାମିନ୍‌ ଭରପୂର୍‌ ରହିଥାଏ। ମୁଗଡାଲିର ପାଣି ପିଇବା ଦ୍ବାରା ଅନେକ ଫାଇଦା ମିଳିଥାଏ ।

ମୁଗଡାଲି ପାଣି ପିଇବା ପାଇଁ ଡାଲି ତିଆରି କରିବା ବେଳେ ୨ କପ୍‌ ପାଣି ଅଧିକ ଦେବାକୁ ପଡ଼ିଥାଏ। ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଇବା ଦ୍ବାରା ଅନେକ ସୁଫଳ ମିଳିଥାଏ । । ମୁଗଡାଲି ପାଣି ସେବନ ଦ୍ୱାରା ଶରୀରରେ ଥିବା ବିଭିନ୍ନ ମଇଳା ନିଷ୍କାସିତ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଦେଇଥାଏ ଏବଂ ଫାଇବର୍‌ ମାତ୍ରା ପ୍ରଚୁର ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିଥାଏ। ଏହା ସମସ୍ତଙ୍କ ପାଇଁ ହିତକର ଅଟେ । କେବଳ ସେତିକି ନୁହେଁ, ମୁଗଡାଲି ପାଣି ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଓଜନ ହ୍ରାସ କରିଵାରେ ସାହାର୍ଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।