You are currently viewing ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର (୧୦.୧୦.୨୨) : ନିପତ ହେଲେ ୨ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର ଅନନ୍ତନାଜ ଜିଲାରେ ସୋମବାର ସକାଳେ ସୁରକ୍ଷାକର୍ମୀ – ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ କରିଥିଲେ । ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିବା ସମୟରେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ତଲାସି ଅଭିଯାନ ଏବେ ମଧ୍ୟ ଜାରି ରହିଛି । ସେହିପରି ରବିବାର ରାତିରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏପର୍ଯ୍ୟନ୍ତ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।