You are currently viewing 24 ଘଣ୍ଟାରେ କୋରୋନା ନେଲା 312 ଜଣଙ୍କ ଜୀବନ

24 ଘଣ୍ଟାରେ କୋରୋନା ନେଲା 312 ଜଣଙ୍କ ଜୀବନ

ନୂଆଦିଲ୍ଲୀ, ଦେଶରେ ଦିନକରେ 62 ହଜାର 714 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 19 ଲକ୍ଷ 71 ହଜାର 624କୁ ବୃଦ୍ଧି ପାଇଛି । ଦେଶରେ 24 ଘଣ୍ଟାରେ କୋରୋନା ନେଲା 312 ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 61 ହଜାର 552କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- 4,86,310 , ସୁସ୍ଥ ସଂଖ୍ୟା 1,13,23,762। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।