You are currently viewing ଦୁର୍ଘଟଣାରେ ପ୍ରାଣ ହରାଇଲେ ୬ ଜଣ

ଦୁର୍ଘଟଣାରେ ପ୍ରାଣ ହରାଇଲେ ୬ ଜଣ

ମୁମ୍ବାଇା (୨୧.୯.୨୨) : ଦୁଇ ଦିନରେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ । ମୁମ୍ବାଇ- ଅହମ୍ମଦାବାଦ ଜାତୀୟ ରାଜପଥ ପାଲଘର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ସୋମବାର ମୁମ୍ବାଇରୁ ଗୁଜୁରାଟ ଯାଉଥିବା ଏକ କାର ଡିଭାଇଡର ଉପରେ ପିଟି ହୋଇ ଏକ ଅଟୋ ଉପରକୁ ମାଡି ଯାଇଥିଲା । ପାଲଘର ତଲସାରି ତହସିଲ ଆମ ଗାଁ ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କାରରେ ଥିବା ୩ ଜଣ ଏବଂ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସମାନ ଜାଗାରେ ମଙ୍ଗଳବାର ଏକା ପ୍ରକାର ଦୁର୍ଘଟଣା ଘଟିଥିଲା। ଏଠାରେ ଏକ କାର ଅନ୍ୟ ଅଟୋକୁ ଧକ୍କା ଦେଇଥିଲା। ଉଭୟ ଯାନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଦୁଇଟି ଦୁର୍ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।