You are currently viewing ଆଜି ଦେଶରେ ୮,୬୩୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ୮,୬୩୫ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ଦିନକରେ ୮ ହଜାର ୬୩୫ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୭ ଲକ୍ଷ ୬୬ ହଜାର ୨୪୫କୁ ବୃଦ୍ଧି ପାଇଛି | ଦେଶରେ ଦୈନିକ କୋରୋନା ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଲା, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୯୪ ଜଣଙ୍କ ଜୀବନ| ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୪୮୬କୁ ବୃଦ୍ଧି ପାଇଛି | ଦେଶରେ ମୋଟ ଆକ୍ଟିଭ କେସ୍- ୧,୬୩,୩୫୩, ସୁସ୍ଥ ସଂଖ୍ୟା -୧,୦୪,୪୮,୪୦୬ | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି |

ଅନ୍ୟମାନଙ୍କୁ ଜଣାନ୍ତୁ।