You are currently viewing ଖବରପାଇବା ମାତ୍ରେ ଚଢ଼ିଯାଇଥିଲେ ଇଲେକ୍ଟ୍ରି ଖୁଣ୍ଟରେ, ଆଉ ତା’ ପରେ…

ଖବରପାଇବା ମାତ୍ରେ ଚଢ଼ିଯାଇଥିଲେ ଇଲେକ୍ଟ୍ରି ଖୁଣ୍ଟରେ, ଆଉ ତା’ ପରେ…

ମହାରାଷ୍ଟ୍ର, ସତରେ ଝିଅମାନେ କୌଣସି ଗୁଣରେ ବି ପୁଅଙ୍କଠାରୁ କମ୍ ନୁହଁନ୍ତି । ଯଦି ଏକଥାକୁ କେହି ସ୍ୱିକାର କରିପାରୁନାହାଁନ୍ତି, ତେବେ ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖନ୍ତୁ । କିଭଳି ଜଣେ ମହିଳା ସିଡ଼ିରେ ଚଢ଼ିଲା ଭଳି ଇଲେକ୍ଟ୍ରି ପୋଲ ଉପରେ ଚଢ଼ି, ମରାମତି କାମ ସାରି ପୁଣିଥରେ ତଳକୁ ବିନା ଡରରେ ଓହ୍ଲାଉଛନ୍ତି ।

ଏ ମହିଳା ଜଣଙ୍କ ମହାରାଷ୍ଟ୍ର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ । ଲୋକମାନଙ୍କଠାରୁ ଅଭିଯୋଗ ପାଇବା ମାତ୍ରେ, ଉକ୍ତ ସ୍ଥାନରେ ପହଞ୍ଚି ବିଦ୍ୟୁତ ଖୁଣ୍ଟରେ ଚଢ଼ି ସମସ୍ୟାର ସମାଧାନ କରିଥାନ୍ତି । ମହିଳାଙ୍କ ଏଭଳି କାର୍ଯ ପାଇଁ ସ୍ଥାନୀୟ ବାସିନ୍ଦା ବାଃ ବାଃ କରିଛନ୍ତି । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସମସ୍ତେ ମହିଳାଙ୍କ ଏଭଳି ସାହାସିକତାପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।