ଆଜାମଗଡ଼, ଉତ୍ତରପ୍ରଦେଶ ଆଜାମଗଡ଼ ସେଣ୍ଟ ଜାଭିୟର ସ୍କୁଲର ନର୍ସରୀରେ ପଢ଼ୁଥିବା କୁନିକୁନି ଛାତ୍ରଛାତ୍ରୀମାନେ କୃଷ୍ଣ ଉତ୍ସବ ପାଳନ କରିଛନ୍ତି । ଦିନକ ପୂର୍ବରୁ ସେମାନେ ଏହି ଉତ୍ସବକୁ ନିଜ ନିଜ ଘରେ ରହି ପାଳନ କରିଛନ୍ତି । କରୋନା ନିମନ୍ତେ ସ୍କୁଲ ବନ୍ଦ ଥିବାରୁ, ସେମାନେ ନୂତନ ପ୍ରୟାସରେ ନିଜ ଘରେ ରାଧା କୃଷ୍ଣ ପୋଷାକ ପରିଧାନ କରି ଏହି ଉତ୍ସବ ଖୁସୀଉଲ୍ଲାସରେ ପାଳିଛନ୍ତି ।
