You are currently viewing ମାଡି ଆସୁଛି ବାତ୍ୟା ‘ତଉକତେ’

ମାଡି ଆସୁଛି ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ-୧୭.୦୫.୨୦୨୧, ମାଡି ଆସୁଛି ବାତ୍ୟା ‘ତଉକତେ’ ।ଆଜି ରାତିରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ତଉକତେ । ଆଜି ରାତି ୮ରୁ ୧୧ଟା ମଧ୍ୟରେ ପୋରବନ୍ଦର ଓ ମହୁୱା ଦେଇ ଅତିକ୍ରମ କରିବ । ସ୍ଥଳ ଭାଗ ଛୁଇଁଲାବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ ଏବଂ ଘୂର୍ଣ୍ଣିଝଡ଼ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଥିବା ସୂଚନା ରହିଛି । ତେବେ ବାତ୍ୟାର ପ୍ରଭାବରେ ବର୍ଷା ପବନ ରାତି ସାରା ଲାଗି ରହିବ ।
ଗୁଜୁରାଟରେ ବାତ୍ୟାର ପ୍ରଭାବ ବେଶି ଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ଟିମ୍ ନିୟୋଜିତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।