You are currently viewing ଆକାଶରୁ ମାଛ ବର୍ଷା, ଜଣା ପଡୁନି କାରଣ  !

ଆକାଶରୁ ମାଛ ବର୍ଷା, ଜଣା ପଡୁନି କାରଣ !

ନୂଆଦିଲ୍ଲୀ-୦୫.୧୧.୨୦୨୧,  ସାଧାରଣତଃ ଆକାଶରୁ ଜଳ   କୁଆପଥର କିମ୍ବା ଏସିଡ ବର୍ଷା ହୋଇଥାଏ । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠାରେ ମାଛ ବର୍ଷା ହୋଇଥାଏ । ମାଛ ବର୍ଷା ହେଉଥିବା ଦେଶର ନାମ ହେଉଛି ହୋଣ୍ଡୁରାସ । ଏହି ଦେଶ ମେକ୍ସିକୋ ନିକଟରେ ଅବସ୍ଥିତ।  ପ୍ରାୟ ୧୦୦ ବର୍ଷ ଧରି ସେଠାରେ ଆକାଶରୁ ମାଛ ବର୍ଷା ହେଉଛି । ହୋଣ୍ଡୁରାସ ଆଟଲାଣ୍ଟିକ୍ ମହାସାଗରଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ।  ତେଣୁ ଆଟଲାଣ୍ଟିକ୍ ମହାସାଗର କାରଣରୁ ଏଠାରେ ମାଛ ବର୍ଷା ହୁଏ ବୋଲି ବୈଜ୍ଞାନିକମାନେ ମତ ପ୍ରଦାନ କରିଛନ୍ତି ।
କୁହାଯାଏ ଯେ, ଏହି ଦେଶରେ ବର୍ଷାକୁ ପ୍ରାୟ ଥରେ କିମ୍ବା ଦୁଇ ଥର ମାଛ ବର୍ଷା ହୋଇଥାଏ । ବସନ୍ତ ଋତୁର ଶେଷ ଭାଗ କିମ୍ବା ଗ୍ରୀଷ୍ମର ପ୍ରାରମ୍ଭରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ।

ମାଛ ବର୍ଷା ପଛରେ ଥିବା କାହାଣୀ ନେଇ ସେଠାରେ ରହୁଥିବା ଲୋକମାନେ କୁହନ୍ତି ଯେ, ଉନବିଂଶ ଶତାବ୍ଦୀରେ ଏଠାରେ ଥିବା ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା, ଯେଉଁ କାରଣରୁ ଲୋକମାନେ ଭୋକରେ ମୃତ୍ୟୁ ବରଣ କରୁଥିଲେ । ସେଠାରେ ରହୁଥିବା ଜଣେ ସ୍ପେନୀୟ ପୁରୋହିତ ଏସବୁ ସହିପାରିଲେ ନାହିଁ। ତେଣୁ ସେ ତିନି ଦିନ ଓ ତିନି ରାତି ଭଗବାନଙ୍କୁ ନିରନ୍ତର ପ୍ରାର୍ଥନା କରି ଲୋକମାନଙ୍କ ପାଇଁ ଚମତ୍କାର ଦେଖାଇବାକୁ ଏବଂ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବାକୁ କହିଥିଲେ। ତା ପରଠାରୁ ପୁରୋହିତଙ୍କ ପ୍ରାର୍ଥନା ହେତୁ ହୋଣ୍ଡୁରାସରେ ଅନ୍ଧକାର ଘୋଟିଗଲା। ଏହା ପରେ ଆକାଶରୁ ମାଛ ବର୍ଷା ହେବାକୁ ଲାଗିଲା। ସେବେଠାରୁ ଏହି ଚମତ୍କାର ପ୍ରତିବର୍ଷ ଏଠାରେ ଦେଖାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।