You are currently viewing ଅସୁରକ୍ଷିତ ମହିଳା କମିଶନ ଅଧ୍ୟକ୍ଷ

ଅସୁରକ୍ଷିତ ମହିଳା କମିଶନ ଅଧ୍ୟକ୍ଷ

ନୂଆଦିଲ୍ଲୀ ୧୯/୦୧, ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା । ତାହା ପୁଣି ଖୋଦ୍ ଦିଲ୍ଲୀ ମହିଳାକମିଶନଙ୍କ ସହ । ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ବାଲ ହୋଇଛନ୍ତି ଆତଙ୍କରାଜର ଶିକାର । ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଘଟଣା । ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁସାରେ ଦିଲ୍ଲୀ ଏମସ୍ ପଛପଟେ ସେ ରିୟଲିଟି ଚେକ୍ କରୁଥିବାବେଳେ ୪୭ ବର୍ଷ ବୟସ୍କ ଜଣେ ମଦ୍ୟପ ଡ୍ରାଇଭର ହରିଶଚନ୍ଦ୍ର ତାଙ୍କୁ ବାଲେନୋ କାରରେ ବସିବା ଲାଗି ବାଧ୍ୟ କରିଥିଲା । ମାତ୍ର ସେ ମନା କରିବାରୁ ତାଙ୍କୁ ଜବରଦସ୍ତ କାରରେ ବସାଇବା ଲାଗି ବଳ ପ୍ରୟୋଗ କରିଥିଲା । ଏହାରି ଭିତରେ ସ୍ବାତୀଙ୍କ ହାତ କାରର ଓ୍ବିଣ୍ଡୋରେ ଲାଖିଯାଇଥିବା ସତ୍ତ୍ବେ ଡ୍ରାଇଭର ଜଣକ କାରକୁ ଆଗକୁ ଚଳାଇଥିଲା । ଫଳରେ ପ୍ରାୟ ୧୫ ମିଟର ଯାଏ ସ୍ବାତୀ କାରରେ ଘୋଷାଡି ହୋଇଯାଇଥିଲେ । ମହିଳା କମିଶନଙ୍କ ଟିମ୍ କିଛି ଦୂରରେ ଥିବାରୁ ଡ୍ରାଇଭରଜଣକ ଏହି କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରାଯାଇଛି । ଗତ ଜାନୁଆରୀ ୧ରେ ଅଞ୍ଜଳି ସିଂ ନାମ୍ନୀ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ କାରରେ ୧୨ କିଲୋମିଟର ଘୋଷାଡି ନେବାରୁ ତାଙ୍କର ହୋଇଥିଲା ମୃତ୍ୟୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।