You are currently viewing କେବିସିକୁ ମିଳିଲା ଚଳିତ ବର୍ଷର ଦ୍ୱିତୀୟ କୋଟିପତି

କେବିସିକୁ ମିଳିଲା ଚଳିତ ବର୍ଷର ଦ୍ୱିତୀୟ କୋଟିପତି

‘କୌନ ବନେଗା କରୋଡ଼ପତି ୨୦୨୦’ର ପ୍ରଥମ କୋଟିପତି ବିଜେତା ଚଳିତ ମାସର ପ୍ରଥମ ସପ୍ତାହରେ ମିଳିଥିଲେ । ଅମିତାଭ ବଚ୍ଚନ ହେଉଛନ୍ତି ଏହି ଶୋର ହୋଷ୍ଟ । ବର୍ତ୍ତମାନ ଏହି ଶୋକୁ ଏହାର ଦ୍ୱିତୀୟ କୋଟିପତି ବିଜେତା ମିଳିଯାଇଛନ୍ତି । ଗତକାଲିର ଏପିସୋଡ୍ରେ ଆଇପିଏସ୍ ଅଧିକାରୀ ମୋହିତା ଶର୍ମା ‘କେବିସି ସିଜନ ୧୨’ର ଦ୍ୱିତୀୟ କୋଟିପତି ବିଜେତା ହୋଇଛନ୍ତି। ମୋହିତା ହେଉଛନ୍ତି ୨୦୧୭ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ, ଯିଏ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି ।
ମୋହିତା ଶର୍ମାଙ୍କୁ ପଚରା ଯାଇଥିବା ୧ କୋଟିର ପ୍ରଶ୍ନ ହେଉଛି :
ଏହି ବିସ୍ଫୋରକ ମଧ୍ୟରୁ କେଉଁଟି ପ୍ରଥମେ ୧୮୯୮ ମସିହାରେ ଜର୍ମାନ ରସାୟନ ବିଜ୍ଞାନୀ ଜର୍ଜ ଫେଡ୍ରିକ୍ ହେନିଙ୍ଗଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହା ପ୍ରଥମେ ବ୍ୟବହୃତ ହୋଇଥିଲା। ଅପଶନ୍ଗୁଡ଼ିକ ଥିଲା A) HMX B) RDX C) TNT D) PETN। ମୋହିତା ଏକ୍ସପର୍ଟ ଲାଇଫ୍ ଲାଇନ୍ ସାହାଯ୍ୟରେ ସଠିକ୍ ଉତ୍ତର ଦେଇଥିଲେ ଏବଂ ୧କୋଟି ଟଙ୍କା ଜିତି ସେ ୨୦୨୦ର ଦ୍ୱିତୀୟ କୋଟିପତି ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।