You are currently viewing ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ୧୦୦୦ କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଆୟକର ବିଭାଗ

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ୧୦୦୦ କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଆୟକର ବିଭାଗ

ମହାରାଷ୍ଟ୍ର ୦୨/୧୧: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଏବେ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ୧ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ସିଜ୍ ହେବାକୁ ଥିବା ଅଜିତ ପାୱାରଙ୍କ ୫ଟି କମ୍ପାନୀ ହେଉଛି- ପ୍ରାୟ ୬ଶହ କୋଟି ମୂଲ୍ୟର ଜରନ୍ଦେଶ୍ୱର ସୁଗର ଫ୍ୟାକ୍ଟ୍ରି,  ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କା ମୂଲ୍ୟର ଫ୍ଲାଟ, ଅଜିତଙ୍କ ପୁଅ ପାର୍ଥ ପାୱାରଙ୍କ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା ।

ଦୀର୍ଘ ଦିନ ଧରି ଅଜିତ ପାୱାର ଆଇଟିର ଟାର୍ଗେଟରେ ରହିଆସିଛନ୍ତି । ଆୟକର ବିଭାଗ ଗତ ମାସରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟମାନଙ୍କ ସହ ଜଡିତ ଥିବା ଅତି କମରେ ୭୦ଟି ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ  ୧୮୪ କୋଟିର ବେନାମୀ ସମ୍ପତ୍ତିର ପତ୍ତା ମିଳିଥିଲା। ଏହି ସମୟରେ ଅଜିତ୍ଙ୍କ ପୁଅ ପାର୍ଥ ପୱାରଙ୍କ ମାଲିକାନାରେ ଥିବା ଅନନ୍ତ ମେକର୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀରେ ମଧ୍ୟ ରେଡ୍ ହୋଇଥିଲା। ଏହାସହ ଅଜିତଙ୍କ ଉଉଣୀମାନଙ୍କ ମାଲିକାନାରେ ଥିବା କମ୍ପାନୀରେ ମଧ୍ୟ ରେଡ୍ ହୋଇଥିଲା। ସୂଚନାଥାଉ କି, ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି ଋଊର ଅଧିକାରୀ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।