You are currently viewing ପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା (୨୬.୧୦.୨୨) : ପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡି ପାଉଁଶ ହୋଇଯାଇଛି ପ୍ଲାଷ୍ଟିକ ଗୋଦାମ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଛି ।  

 ପଶ୍ଚିମବଙ୍ଗ ହାୱଡ଼ାର ମଧୁସୁଦନ ପାଲ୍ ଗଳିରେ ଥିବା ଏକ ପ୍ଳାଷ୍ଟିକ୍ ଗୋଦାମରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଗୋଦାମରେ ବ୍ୟାପିଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ଖବର ପାଇବା ମାତ୍ରେ ତୁରନ୍ତ ୫ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ତେବେ ଗୋଦାମରେ କେମିତି ନିଆଁ ଲାଗିଲା ସେ ନେଇ କୌଣସି କାରଣ ଜଣାପଡ଼ିନାହିଁ।  

ଅନ୍ୟମାନଙ୍କୁ ଜଣାନ୍ତୁ।