You are currently viewing ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍-ଟକ୍

ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍-ଟକ୍

ନୂଆଦିଲ୍ଲୀ, ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍-ଟକ୍ ଏବେ ଆମେରିକାରେ  ନିଷେଧ ହେବ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍-ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଆମେରିକାରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବାର ୪ଘଣ୍ଟା ପୂର୍ବରୁ ଏଭଳି ରାୟ ଶୁଣାଇଥିଲେ ଅଦାଲତ। ସେପ୍ଟେମ୍ବର ୨୮ରେ ଆମେରିକା ସରକାରଙ୍କ ସମୟ ଅବଧି ଶେଷ ହେଉଥିବା ବେଳେ ଗୋଟେ ଦିନ ପୂର୍ବରୁ ପ୍ରତିବନ୍ଧକ ଉପରେ ରୋକ୍ ଲଗାଇଛନ୍ତି ଫେଡେରାଲ କୋର୍ଟ। ଫେଡେରାଲ କୋର୍ଟ ରାୟ ଶୁଣାଇବା ପରେ ଆମେରିକାରେ ଏବେ ପୂର୍ବ ପରି ଟିକ୍-ଟକ୍ ଚାଲୁ ରହିବ ବୋଲି ଜଣା ପଡ଼ିଛି। ଆଜି ରାଷ୍ଟ୍ରପତି ଦେଇଥିବା ଅବଧି ଶେଷ ହେଉଥିବା ବେଳେ କୋର୍ଟର ନିଷ୍ପତ୍ତି ପରେ ଏବେ ଆମେରିକାରେ ଲୋକେ ଟିକ୍-ଟକ୍ ଡାଉନଲୋଡ୍ କରି ବ୍ୟବହାର କରି ପାରିବେ। କୋର୍ଟରେ ପରେ ଶେଷରେ ଆପ୍ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ବିଚାରପତି ରାୟ ଶୁଣାଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।