You are currently viewing ପଞ୍ଚାୟତ ନିର୍ବାଚନରେ ହସ୍ତକ୍ଷେପ କରିବେ ନାହିଁ ସାଂସଦ ଓ ବିଧାୟକ: ନଡ୍ଡା

ପଞ୍ଚାୟତ ନିର୍ବାଚନରେ ହସ୍ତକ୍ଷେପ କରିବେ ନାହିଁ ସାଂସଦ ଓ ବିଧାୟକ: ନଡ୍ଡା

ନୂଆଦିଲ୍ଲୀ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ସାଂସଦ ଓ ବିଧାୟକ କୌଣସି ହସ୍ତକ୍ଷେପ କରିବେ ନାହିଁ । ଏକଥା କହିଛନ୍ତି ସ୍ୱୟଂ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ନିର୍ବାଚନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇଛନ୍ତି ଜଗତ ପ୍ରକାଶ ନଡ୍ଡା । ସେଠାରେ ଏକ ବୈଠକରେ ନଡ୍ଡା ଦଳର ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ଦଳର କର୍ମୀ ତଥା ସାଧାରଣ ଲୋକଙ୍କ ସହ ଯୋଗାଯୋଗ ଏବଂ କଥାବାର୍ତ୍ତା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। 

ଅନ୍ୟମାନଙ୍କୁ ଜଣାନ୍ତୁ।