You are currently viewing ଦଙ୍ଗା ପରିସ୍ଥିତିକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ମୋଦି

ଦଙ୍ଗା ପରିସ୍ଥିତିକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(୯.୦୧.୨୩) : ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହିତ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ଏ ନେଇ ମୋଦି ଟ୍ୱିଟ କରି କହିଛନ୍ତି ଯେ ଗଣତାନ୍ତ୍ରୀକ ପରମ୍ପରାକୁ ସମେସ୍ତ ସମ୍ନାନ ଦେବା ଆବଶ୍ୟକ । ବ୍ରଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କୁ ଟ୍ୟାଗ କରି ସେ ଏହି ଟ୍ୱିଟ କରିଛନ୍ତି । ବ୍ରାଜିଲରେ ରାଷ୍ଟ୍ରୀୟ ଅନୁଷ୍ଠାନ ବିରୁଦ୍ଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ବିଷୟରେ ସେ ଗଭୀର ଭାବରେ ଚିନ୍ତିତ। ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନିତ କରିବା ଆବଶ୍ୟକ। ବ୍ରାଜିଲ୍ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ମୋଦି ଟ୍ୱିଟ କରି ଜଣାଇଛନ୍ତି। ବ୍ରାଜିଲର ଦକ୍ଷିଣପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ଶତାଧିକ ସମର୍ଥକ ରାଷ୍ଟ୍ରପତି ଭବନ ‘କଂଗ୍ରେସ’ ଏବଂ ସୁପ୍ରିମକୋର୍ଟରେ ଧସେଇ ପଶିଂବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ଏହାକୁ ଫାଶିବାଦ ଆକ୍ରମଣ କହି ତୀବ୍ର ନିନ୍ଦା କରିଛନ୍ତି।ଅନ୍ୟପଟେ ଏଭଳି ଅରାଜକତା ଡି ଓ ହିଂସାକାଣ୍ଡ ପଛରେ ନିଜ ଭୂମିକାକୁ   ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଅସ୍ୱୀକାର କରିଛନ୍ତି । ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ପୁଲିସ ଅନ୍ୟୂନ ୪୦୦ଜଣଙ୍କୁ ଗିରଫ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଏହି କାଣ୍ଡକୁ ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ଉପରେ ଆକ୍ରମଣ ବୋଲି ଅଭିହିତ କରି ନିନ୍ଦା କରିଛନ୍ତି। ବ୍ରାଜିଲ୍‌ର ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ଆମେରିକାର ପୂର୍ଣ୍ଣ ସମର୍ଥନ ଥିବା କଥା ମଧ୍ୟ ସେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।