You are currently viewing ୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ

୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ନଭେମ୍ବର ୩୦ରେ ହେବ ତେଲେଙ୍ଗେନାରେ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ମତଦାନ ପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ଉକ୍ତ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ନଭେମ୍ୱର ୧୦ ତାରିଖ ଥିଲା।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ୫,୭୧୬ ନାମାଙ୍କନ ପତ୍ର ମିଳିଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ସ୍ୱାଧୀନ ଥିବା ଜଣାଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଶେଷ ଦିନରେ ୨, ୩୨୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ନଭେମ୍ବର ୧୩ ଅର୍ଥାତ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯବ। ତେବେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୧୫ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।