You are currently viewing ଟିଏମସିର ରାଷ୍ଟ୍ରିିୟ ମୁଖପାତ୍ର ଗିରଫ

ଟିଏମସିର ରାଷ୍ଟ୍ରିିୟ ମୁଖପାତ୍ର ଗିରଫ

ନୂଆଦିଲ୍ଲୀ (୬.୧୨.୨୨) : ତ୍ରୁଣମୂଳ କଂଗ୍ରେସ ରାଷ୍ଟ୍ରିୟ ମୁଖପାତ୍ର ଗିରଫ । ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନବନ୍ଦରରୁ ପୋଲିସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର କୁହାଯାଉଥିବା ଟିଏମସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି ପୋଲିସ । ମୋର୍ବି ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି । ଟିଏମସି ମୁଖପାତ୍ରଙ୍କ ଗିରଫ ସମ୍ପର୍କରେ ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍ ସୂଚନା ଦେଇଛନ୍ତି । ସାକେତ ଗୋଖେଲ ସେମବାର ରାତି ୯ଟାରେ ଦିଲ୍ଲୀ ବିମାନ ଯେଗେ ଜୟପୁରରେ ପହଞ୍ଚିଥିଲେ । ତେବେ ଏଠାରେ ପହଞ୍ଚିଥିବା ପରେ ପରେ ଗୁଜୁରାଟ ପୋଲିସ ତାଙ୍କୁ ବିମାନବନ୍ଦରରୁ ଉଠାଇ ନେଇଥିଲେ । ବିଳମ୍ବିତ ରାତି ୨ଟାରେ ସାକେତ ଫୋନ କରି ସେ ଗିରଫ ହୋଇଥିବା ନିଜ ମାଙ୍କୁ ଜଣାଇଥିଲେ ।  ଗୁଜରାଟ ପୁଲିସ ତାଙ୍କୁ ଅହମ୍ମଦାବାଦ ଆଣୁଥିବା ସୂଚନା ମିଳିଛି । ଗିରଫ ପରେ ଟିଏମ୍‌ସି ନେତାଙ୍କ ମୋବାଇଲ ସମେତ ସମସ୍ତ ଜିନିଷ ପତ୍ରକୁ ପୁଲିସ ଜବତ କରିଛି  ଡେରେକ ଓବ୍ରାଇନ୍ କହିଛନ୍ତି, ମୋର୍ବି ପୋଲ ଦୁର୍ଘଟଣାକୁ ନେଇ ଅହମ୍ମଦାବାଦ ସାଇବର ସେଲରେ ସାକେତ୍ ଗୋଖଲେଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି। ଏସବୁ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିବ ନାହିଁ । ବିଜେପି ପ୍ରତିଶୋଧ ନେବାକୁ ରାଜନୀତି କରୁଥିବା ଡେରେକ ଅଭିଯୋଗ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।