You are currently viewing ଆସାମ-ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ

ଆସାମ-ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ, ପଶ୍ଚିମବଙ୍ଗ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ ପ୍ରକ୍ରିୟା ସକାଳ ୭ ଟାରୁ ଆରମ୍ଭ ହୋଇଛି ଏବଂ ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ ।
ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ମତଦାନ ହେଉଛି । ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷ ଭୋଟର ।

ସେହିପରି ଆସାମରେ ୧୨ଟି ଜିଲ୍ଲାର ୪୭ଟି ଆସନ ପାଇଁ ମତଦାନ ହେଉଛି । ୨ୟ ପର୍ଯ୍ୟାୟରେ ଏପ୍ରିଲ ୧ ତାରିଖରେ ୩୯ଟି ଆସନ ଓ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୬ରେ ୪୦ଟି ଆସନରେ ମତଦାନ ହେବ ।
ସୂଚନା ଅନୁସାରେ ଭୋଟଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।