You are currently viewing ଅତ୍ୟଧିକ ଚା’ ପିଇବାର କୁପରିଣାମ

ଅତ୍ୟଧିକ ଚା’ ପିଇବାର କୁପରିଣାମ

ଭାରତରେ ପ୍ରାୟ ସମସ୍ତଙ୍କର ଚା’ ପିଇବାର ଅଭ୍ୟାସ ଥାଏ । ଚା’ ବିନା ଲୋକଙ୍କର ଦିନ ଆରମ୍ଭ ହୁଏ ନାହିଁ । ଚା’ନପିଇଲେ ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଥାଏ । କିନ୍ତୁ କିଛି ଲୋକଙ୍କର ଚା ପିଇବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଛି । ସେମାନେ ବାରମ୍ବାର ଚା’ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦରକାରଠୁୂ ଅଧିକ ଚା’ ପିଇବା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଦିନକୁ ଅତି କମ୍‌ରେ ଦୁଇ କପ୍ ଚା’ ପିଇବା ଆବଶ୍ୟକ । କାରଣ ଚା ଏହାର ପତିର କ୍ୱାଲିଟି ଉପରେ ନିର୍ଭର କରିଥାଏ ।

ଏକ କପ୍ ଚା’ରେ ୬୦ ମିଲିଗ୍ରାମ କୋଫିନ ଥାଏ । ସେôତପାଇଁ ଦୁଇ କପରୁ ଅଧିକ ଚା’ ପିଇବା ଶରୀର ପାଇଁ କ୍ଷତିକାରକ ।
ଦରକାରଠୁ ଅଧିକ ଚା’ ପିଇଲେ ଶରୀରରେ ଥିବା ଆଇରନର କାପାସିଟକୁ କମ୍ କରି ଦେଇଥାଏ । ଯାହର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ । ଚା’ରେ କଫିନର ମାତ୍ରା ବହୁତ ଅଧିକ ଥାଏ । ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ସେଥିପାଇଁ ହେଲଥ ଏକ୍ସପର୍ଟମାନେ ଅଧିକ ଚା’ ସେବନ କରିବାକୁ ବାରଣ କରିଥାଆନ୍ତି । ଯଦି ଆପଣ ଲଗାତର ଭାବେ ଚା’ ପିଉଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ନିଦ ମଦ୍ୟ ପ୍ରଭାବିତ ହୋଇଥାଏ । ଯାହା ଆପଣଙ୍କୁ ସମସ୍ୟାରେ ପକାଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।