You are currently viewing ଶରୀର ପାଇଁ ବ୍ୟାୟାମର ଉପକାରିତା

ଶରୀର ପାଇଁ ବ୍ୟାୟାମର ଉପକାରିତା

ବ୍ୟସ୍ତବହୁଳ ଜୀବନ ଭିତରେ ଶରୀର ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଆଜିକାଲି ଖରାପ ଜୀବନଶୈଳୀ ଓ ଖାଦ୍ୟରେ ଅନିୟମିତତା ଯୋଗୁ ଲୋକମାନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି । ତେଣୁ ମଣିଷକୁ ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ନିଜ ଶରୀର ପ୍ରତି ଧ୍ୟାନ ଦେବା ଉଚିତ୍ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଉଚିତ୍ । ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ ହୋଇଥାଏ ।ବହୁ ସମୟରେ ଆମେ ବ୍ୟାୟାମରୁ ବଞ୍ଚିବା ପାଇଁ ବାହାନା ଖୋଜିଥାଉ, କିନ୍ତୁ ଆମେ ଆପଣଙ୍କୁ ଏମିତି କି କିଛି କଥା କହୁଛୁ ଯାହା ଶୁଣିବା ପରେ ଆପଣ ବାହାନା ଖୋଜିବେନି । ଆସନ୍ତୁ ଜାଣିବା ବ୍ୟାୟାମ କରିବାର ଫାଇଦା ।


୧. ବ୍ୟାୟାମ ଆମ ଶରୀରର ମାଂସପେଶୀକୁ ସୁସ୍ଥ ରଖିବା ସହ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ୍ଭାବେ କରିଥାଏ ।ଯାହା ଫଳରେ ମସ୍ତିଷ୍କ ସକ୍ରିୟ ଭାବେ କାମ କରିଥାଏ ଏବଂ ଆପଣଙ୍କ ଶରୀର ସୁସ୍ଥ ରହେ ।
୨. ନିତିଦିନ ବ୍ୟାୟାମ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥ।ଏ। ରକ୍ତଚାପ ହାରାହାରି ୭୫ ପ୍ରତିଶତ କମିଯାଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ ।
୩. ନିୟମିତ ବ୍ୟାୟାମ କଲେ ମୋଟାବେଲିଜିୟମ ବଢିଥାଏ ଯାହା ଦ୍ୱାରା ଆପଣଙ୍କ ଓଜନ କମାଇଥାଏ। ଏହାଛଡା ଆପଣଙ୍କ ବୟସ ବଢିଲେ ମଧ୍ୟ ଏହା ଆପଣଙ୍କ ସୌନ୍ଦର୍ଯ୍ୟର ସମାନତାକୁ ବଜାୟ ରଖିଥାଏ ।
୪. ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆପଣ ଚିନ୍ତା ମୁକ୍ତ ରହିବା ସହ ମାନସିକ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।
ବ୍ୟାୟାମ ଆପଣଙ୍କ ପାଇଁ ଆଣ୍ଟିଡିପ୍ରେସନର ଔଷଧ ଭଳି କାମ କରିଥାଏ ।


୫. ବ୍ୟାୟାମ ଆପଣଙ୍କ ଶରୀରରେ ହେଉଥିବା ଦରଜରୁ ମଧ୍ୟ ମୁକ୍ତି ଦେଇଥାଏ । ପିଠି ଦରଜ ହେବା, ହାତ, ଗୋଡ ଦରଜ ହେବାରୁ ମୁକ୍ତି ମିଳିଥାଏ । ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ।
୬. ପ୍ରତିଦିନ ବ୍ୟାୟାମ ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲ କୁ କମ୍ କରି ଭଲ କୋଲେଷ୍ଟ୍ରଲ କୁ ବଢାଇଥାଏ । ଏହା ଦ୍ୱାରା ଆମେ ଅଧିକ ପରିମାଣରେ ଅମ୍ଳଜାନ ପାଇଥାଉ ।
୭. ଏହା ଆପଣଙ୍କ ଶରୀରରେ ଉର୍ଜାର ପରିମାଣକୁ ସଠିକ୍ ରୁପେ ବଜାୟ ରଖେ । ଯାହା ଆପଣଙ୍କୁ ଦିନଯାକ ସତେଜ ରଖିବାରେ ସାହାଯ୍ୟ କରେ ।
୮. ବ୍ୟୟାମ ଆପଣଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ବ୍ଲଡ କ୍ୟାନସର ରୋଗ ପାଇଁ ଏହା ବେଶୀ ଫାଇଦା ପୂର୍ଣ୍ଣ ହୋଇଥାଏ ।
୯..ବ୍ୟୟାମ ଶରୀରକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ । ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ । ସଦାସର୍ବଦା ଆପଣ ସୁସ୍ଥ ମଧ୍ୟ ରହିଥାନ୍ତିା

ଅନ୍ୟମାନଙ୍କୁ ଜଣାନ୍ତୁ।