You are currently viewing ଓଦା କେଶରେ ଭୁଲରେ ବି ଏପରି କାର୍ଯ୍ୟ କରନ୍ତୁ ନାହିଁ

ଓଦା କେଶରେ ଭୁଲରେ ବି ଏପରି କାର୍ଯ୍ୟ କରନ୍ତୁ ନାହିଁ

ଅଧିକାଂଶ ମହିଳା ସୁନ୍ଦର, ଲମ୍ବା, ଏବଂ ଶକ୍ତିଶାଳୀ କେଶ ପାଇବାକୁ ଇଚ୍ଛା କରନ୍ତି । କେଶର ଯତ୍ନ ନେବା ଏକ ସହଜ କାର୍ଯ୍ୟ ନୁହେଁ ଏବଂ ପ୍ରତିଦିନ ଛୋଟ ଛୋଟ ଭୁଲ କେଶକୁ ଶୀଘ୍ର ଖରାପ କରିଥାଏ । ସୌନ୍ଦର୍ଯ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣ ନିଜ କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରଖିବାକୁ ଚାହାଁନ୍ତି, ତେବେ ଏପରି  ଭୁଲ ଆଦୌ କରନ୍ତୁ ନାହିଁ ।

୧.ଓଦା କେଶରେ ବ୍ରସ କରିବା:  ଓଦା କେଶରେ ବ୍ରସ କରିବା ଭୁଲ ଅଟେ ।  ଅନେକ ଲୋକ ଭାବନ୍ତି  ଓଦା କେଶରେ ବ୍ରସ କରିବା ଦ୍ୱାରା କେଶର ଜଟା  ସହଜରେ ଖୋଲିଯିବ । କିନ୍ତୁ ଏହା ଭୁଲ । ଓଦା କେଶ ଅତ୍ୟନ୍ତ ଦୁର୍ବଳ ଥାଏ ଏବଂ ଏଥିରେ ବ୍ରସ କରିବା ଦ୍ୱାରା  କେଶ ଝଡିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ କେଶ ଶୁଖିଲା ପରେ  ବ୍ରସ କରିବା ଉଚିତ।

୨. ଓଦା କେଶରେ ଗରମ ଉପକରଣ ବ୍ୟବହାର: ଗରମ ଉପକରଣ କେଶ ପାଇଁ ଠିକ୍ ନୁହେଁ । ଓଦା କେଶରେ ଫ୍ଲାଟ ଆଇରନ ଲଗାଇବା ଦ୍ୱାରା  କେଶ ଖରାପ ହୋଇଯାଏ । ଯେ କୌଣସି ହେୟାର ଷ୍ଟାଇଲିଂ ଉପକରଣଗୁଡ଼ିକ ଶୁଖିଲା କେଶରେ ବ୍ୟବହାର କରାଯିବା ଉଚିତ ।

୩. ଓଦା କେଶ ବାନ୍ଧିବା- ଓଦା କେଶକୁ ବାନ୍ଧିବା ଭଲ ଦେଖାଯାଏ କିନ୍ତୁ ଏହା କେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଓଦା କେଶ ଦୁର୍ବଳହୋଇଥାଏ , ଏପରି ପରିସ୍ଥିତିରେ, ଏହା ଏକ ବନ୍ ତିଆରି କରିବାରେ କିମ୍ବା ରବର ବ୍ୟାଣ୍ଡରେ ବାନ୍ଧିବା ଦ୍ୱାରା କେଶ ଝଡିବା ଆରମ୍ଭ କରେ । ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ଶୁଖିଲା କେଶରେ ରବର ବ୍ୟାଣ୍ଡରେ ବାନ୍ଧି ପନିଟେଲ୍ କରାଯିବା ଉଚିତ୍ ।

୪. ଓଦା କେଶକୁ  ବ୍ଲୋ-ଡ୍ରାଏ କରିବା:  ଅଧିକାଂଶ ଲୋକ ଓଦା କେଶକୁ ଶୀଘ୍ର ଶୁଖାଇବା ପାଇଁ ବ୍ଲୋ ଡ୍ରାୟର୍ ବ୍ୟବହାର କରନ୍ତି । କିନ୍ତୁ ଏପରି ନକରି ପ୍ରଥମେ କେଶକୁ ଟିକେ ଶୁଖାନ୍ତୁ, ତା’ପରେ ହାଲୁକା ଓଦା କେଶରେ  ଡ୍ରାୟର୍ ବ୍ୟବହାର କରନ୍ତୁ ।

୫. ଓଦା କେଶକୁ  ପବନରେ ଶୁଖାଇବା : ଅନେକ ଲୋକ ଭାବନ୍ତି ଯେ କେଶକୁ ପବନରେ ଶୁଖାଇବା ଏକ ପ୍ରାକୃତିକ ପଦ୍ଧତି ଯାହା କେଶ ପାଇଁ ଭଲ ଅଟେ । କିନ୍ତୁ ଏହା ଏକ ଭୁଲ ଧାରଣା । କେଶକୁ ବାୟୁରେ ଶୁଖାଇବା ଦ୍ୱାରା କେଶ ଅଡୁଆ ହୋଇ ଯାଏ  ଏବଂ  କେଶ କୁଣ୍ଡାଇବା ବେଳେ କେଶ ଝଡିଥାଏ । ସେହିପରି ଟାୱେଲରେ ମଧ୍ୟ  ଜୋରରେ ରଗଡିକି ଶୁଖାନ୍ତୁ ନାହିଁ ।

୬.ଓଦା କେଶରେ ଶୋଇବା- ଓଦା କେଶରେ ଶୋଇବା ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହା  ଫଳରେ  ମସ୍ତିଷ୍କ ଚର୍ମରେ ଥିବା ଫୋଲିସେଲର କ୍ଷତି ହୋଇଥାଏ । ରାତିରେ କେଶ ସମ୍ପୂର୍ଣ୍ଣ ଶୁଖିବା ପରେ ଶୋଇବା ଉଚିତ ।

୭.ଓଦା କେଶରେ ହେୟାର ସ୍ପ୍ରେ ପ୍ରୟୋଗ କରିବା- ଯଦି କେଶକୁ ଷ୍ଟାଇଲ୍ କରିବା ପାଇଁ ହେୟାର ସ୍ପ୍ରେ ବ୍ୟବହାର କରୁଛନ୍ତି ଦେବେ ଏହା ଶୁ୍‌ଖିଲା କେଶରେ କରିବା ଉଚିତ । ଏହାଦ୍ୱାରା କେଶ ସୁରକ୍ଷିତ ରହେ ।   

ଅନ୍ୟମାନଙ୍କୁ ଜଣାନ୍ତୁ।