ଶାକାହାରୀ ହେବାକୁ ଚାହୁଁଛନ୍ତି କି? ତେବେ ଏହାକୁ କରନ୍ତୁ ଫୋଲୋ

ମଣିଷ ଆଜି ମାଂସ ଭକ୍ଷଣ ଓ ନିଶା ସେବନରେ ଏତେ ମଜି ଯାଇଛି ଯେ ଏହାକୁ ଛାଡ଼ିବା ଦ୍ଵାରା ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ନିଶା ସେବନ କରୁଥିବା ଲୋକଟିଏ ନିଶା ଛାଡ଼ିବାକୁ ଇଚ୍ଛା ରଖୁଥିଲେ ମଧ୍ୟ ଏହା ଏପରି ଅଭ୍ୟାସରେ ପଡ଼ିଯାଇଥାଏ, ତାହାକୁ ଛାଡ଼ିବା ଅସମ୍ଭବ ହୋଇପଡ଼େ। ଠିକ୍ ସମାନ ପରିସ୍ଥିତି ମାଂସଭକ୍ଷଣକାରୀଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଛି। ଅନେକ ଲୋକ ମାଂସାହାରୀରୁ ଶାକାହାରୀ ହେବାକୁ ଉଦ୍ୟମ କରୁଥିଲେ ହେଁ ଅଭ୍ୟାସଗତ ଜିହ୍ବାଲାଳସା ଯୋଗୁଁ ଏଥରେ ସେମାନେ ବିଫଳ ହୋଇଥାନ୍ତି। ମାତ୍ର ଏପରି କିଛି ସହଜ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ଵାରା ମଣିଷ ମାଂସାହାରୀରୁ ଶାକାହାରୀ ହୋଇପାରିବ।

ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ଜୀବଜନ୍ତୁଙ୍କ ନିରୀହ ଛୁଆ ଫଟୋ ଦେଖନ୍ତି, ତେବେ ତାଙ୍କ ମଧ୍ୟରେ ଆମିଷ ଭକ୍ଷଣ ଇଚ୍ଛା କମିପାରେ । ତେବେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହା ବେଶି କାମ କରିପାରେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ପଶୁପକ୍ଷୀମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ‘ପେଟା’ ଏଥି ପାଇଁ ବାଛୁରୀ ଫଟୋ ବ୍ୟବହାର କରିଆସୁଛି। ଅବଶ୍ୟ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ପ୍ରୟୋଗ ଫଳରେ କେତେଦୂର ଫଳ ମିଳିଛି, ତାହା ସ୍ପଷ୍ଟ ହୋଇପାରିନି।

ବ୍ରିଟେନ୍‌ର ଲଙ୍କାଷ୍ଟର ୟୁନିଭରସିଟୀ ଓ ୟୁନିଭରସିଟୀ କଲେଜ ଅଫ୍ ଲଣ୍ଡନ୍‌ର ମନୋଚିକିତ୍ସକମାନେ ଅଣ୍ଡିରା ଓ ମାଈବାଛୁରୀ, କଙ୍ଗାରୁ ଛୁଆ, ଘୁଷୁରୀ ଛୁଆଙ୍କର ଫଟୋ ପ୍ରଦର୍ଶନ କରାଯାଇଥିଲା। ଏହାଦ୍ଵାରା ଲୋକଙ୍କର ଶାକାହାରୀ ହେବା ଗୁଣ କେତେ ବୃଦ୍ଧି ପାଉଛି, ତାହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତେବେ ଏଥିରେ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ଅଲଗା ଅଲଗା ପ୍ରଭାବ ଦେଖିବାକୁ ମିଳିଥିଲା ବୋଲି ଏଥିରେ କୁହାଯାଇଛି ।

Leave A Reply

Your email address will not be published.