You are currently viewing ଭୁଲରେ ମଧ୍ୟ ଦହି ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ,ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଭୁଲରେ ମଧ୍ୟ ଦହି ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ,ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ


ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ କ୍ୟାଲସିୟମ,ପ୍ରୋଟିନ ଏବଂ ଭିଟାମିନ ଭରପୂର ମାତ୍ରାରେ ମିଳିଥାଏ । ଯଦି ପ୍ରତିଦିନ ଆମେ ଦହି ଖାଇବା ତେବେ ଆମର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠିକ ରହିଥାଏ । ଦହି ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ଉପଯୋଗୀ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦହିର ବ୍ୟବହାର କ୍ଷୀର ଅପେକ୍ଷା ବହୁ ଗୁଣରେ ଲାଭକାରୀ, କାରଣ କ୍ଷୀର ଅପେକ୍ଷା ଦହିରେ ଅଧିକ କ୍ୟାଲସିୟମ ଥାଏ ଏବଂ ଏହା ସହଜରେ ହଜମ ମଧ୍ୟ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପେଟ ଜନିତ ସମସ୍ୟା, ଯେପରିକି ଅପଚ ସମସ୍ୟା, ଭୋକ ନ ଲାଗିବା ଭଳି ସମସ୍ୟା ଅଛି ସେମାନେ ନିଶ୍ଚିତ ଦହି ଖାଇବା ଉଚିତ । କିନ୍ତୁ ଆପଣ ଜାଣନ୍ତି କି କିଛି ଜିନିଷ ଦହି ସହିତ ଖାଇବା ଉଚିତ୍ ନୁହେଁ,ନଚେତ୍ ଏହା ସ୍ୱାସ୍ଥ୍ୟ ପାଇଁ ବଡ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦହି ସହିତ ଖାଇବା ଉଚିତ୍ ନୁହେଁ?


ଦହି ଏବଂ ଖଟା ଫଳ: ବିଶେଷଜ୍ଞ କହିବା ଅନୁଯାୟୀ ଦହି ସହିତ ଖଟା ଫଳ ଖାଇବା ଉଚିତ୍ ନୁହେଁ । କାରଣ ଉଭୟରେ ଭିନ୍ନ ଭିନ୍ନ ପ୍ରକାର ଏନଜାଇମ ଥାଏ । ଏହି କାରଣରୁ ଉଭୟ ଜିନିଷକୁ ଏକାଠି ହଜମ କରିବାରେ କଷ୍ଟକର ହୋଇଥାଏ ଏବଂ ଶରୀରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ, ଯାହା ଶରୀରରେ ଭୟଙ୍କର କ୍ଷତି ଘଟାଇଥାଏ ।

Seafood: Dorado, salmon, crab, grouper, oysters. On a black stone background. Top view. Free space for your text.


ଦହି ଏବଂ ମାଛ : ଦହି ସହିତ ଭୁଲରେ ମଧ୍ୟ ମାଛ ଖାଇବା ଉଚିତ୍ ନୁହେଁ, କାରଣ ଏହା ପରସ୍ପର ବିପରୀତ ଅଟନ୍ତି । ଯଦି ଆପଣ ଆପଣ ଏହି ଦୁହିଁକୁ ଏକାଠି ଖାଆନ୍ତି ତେବେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ,ଯେଉଁଥିରେ ପେଟ ସମ୍ବନ୍ଧୀୟ ସମସ୍ୟା ସାଧାରଣ ଅଟେ ।


ଦହି ଏବଂ ପିଆଜ: ଦହି ସହିତ ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ବାସ୍ତବରେ ଏମାନଙ୍କ ପ୍ରଭାବ ଅଲଗା ଅଲଗା ହୋଇଥାଏ, ଉଭୟଙ୍କୁ ଏକାଠି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଯିବା ସହ ପେଟ ଜନିତ ସମସ୍ୟା ହୋଇଥାଏ ।ଏହି କାରଣରୁ ଆପଣ ମାନେ ସତର୍କ ରହିବା ଉଚିତ ।


ଦହି ଏବଂ ହରଡ ଡାଲି: ଦହି ସହିତ ମଧ୍ୟ ହରଡ ଡାଲି ଖାଉବା ଉଚିତ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଦୁହିଁଙ୍କୁ ଏକାଠି ଖାବା ଦ୍ୱାରା ଶରୀରକୁ କ୍ଷତି ପହଁଞ୍ଚାଇଥାଏ ଏବଂ ହଜମ ସମସ୍ୟା ସୃଷ୍ଟି କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।