You are currently viewing ତ୍ୱଚା ସମସ୍ୟା ଠାରୁ ଆରମ୍ଭ କରି କେଶ ସମସ୍ୟା  ଦୂର କରିଥାଏ ଏହି ୪ଟି ଜିନିଷ

ତ୍ୱଚା ସମସ୍ୟା ଠାରୁ ଆରମ୍ଭ କରି କେଶ ସମସ୍ୟା ଦୂର କରିଥାଏ ଏହି ୪ଟି ଜିନିଷ

ପ୍ରକୃତିରେ ଏପରି ଅନେକ ଜିନିଷ ଅଛି ଯାହା ଆପଣଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେବାରେ ସାହାର୍ଯ୍ୟ କରେ।  ଏଭଳି ବାହାରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟସ୍ ବ୍ୟବହାର କରି  ମଧ୍ୟ ଲୋକେମାନେ ତ୍ୱଚାରେ ଚମକ ପାଇ ପାରନ୍ତି ନାହିଁ  । କିନ୍ତୁ ଆଜି ଆମେ ଆପଣଙ୍କୁ  ଏପରି  କିଛି ଜିନିଷ ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ତ୍ୱଚା ଏବଂ କେଶରେ ଚମକ ଆଣିପାରିବେ।

୧. ଟି ଟ୍ରୀ ତେଲ:  ମୁହଁରେ ବ୍ରଣ ହେବା ଏବେ ଏକ ସାଧାରଣ ସମସ୍ୟା।   ବ୍ୟକ୍ଟେରିଆ ସଂକ୍ରମଣ ଏବଂ ତ୍ୱଚାର ଛିଦ୍ରତା ବନ୍ଦ ହୋଇଯିବା ଦ୍ୱାରା  ବ୍ରଣ ହୋଇଥାଏ।   କିନ୍ତୁ ଟି ଟ୍ରୀ ତେଲରେ ଥିବା  ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ତ୍ୱଚାକୁ ସଫା କରେ ଏବଂ ବ୍ରଣକୁ ଦୂର କରିବାରେ ସାହାର୍ଯ୍ୟ କରେ । ୨ ବୁନ୍ଦା ଟି ଟ୍ରୀ ତେଲକୁ ୧୨ ବୁନ୍ଦା ନଡିଆ ତେଲ କିମ୍ବା ବାଦାମ ତେଲରେ  ମିଶାଇ  ବ୍ରଣ ହୋଇଥିବା ସ୍ଥାନରେ  ଲଗାନ୍ତୁ । ଏହାକୁ  ୧୦-୧୫ ମିନିଟ୍ ପରେ ଧୋଇଦିଅନ୍ତୁ।

୨. ଆଲୋଭେରା:  ଆଲୋ ଭେରା ଏକ ସର୍ବଦଳୀୟ ଉଦ୍ଭିଦ ଯାହା ବ୍ରଣଠାରୁ ଆରମ୍ଭ କରି ଦାଗ ଏବଂ ସନଟ୍ୟାନ୍ ପର୍ୟ୍ୟନ୍ତ ସବୁକିଛି ଭଲ କରିପାରେ । ପୋଡାଜଳା ଏବଂ କ୍ଷତ ଆରୋଗ୍ୟରେ ମଧ୍ୟ ଆଲୋ ଭେରା ସାହାଯ୍ୟ କରିଥାଏ । ଆଲୋ ଭେରା ଜେଲକୁ  ସନଟ୍ୟାନ୍  ହୋଇଥିବା ଜାଗାରେ ଲଗାନ୍ତୁ ଏବଂ ଚର୍ମକୁ ହାଲକା ହାତରେ ମାଲିସ୍ କରନ୍ତୁ।  ସନଟ୍ୟାନରୁ   ଅଧିକ ଆରାମ ପାଇଁ, ଆପଣ ଆଲୋଭେରା ଜେଲକୁ ବ୍ୟବହାର କରିବା   ପୂର୍ବରୁ କିଛି ମିନିଟ୍ ପାଇଁ ଜେଲକୁ  ରେଫ୍ରିଜରେଟରରେ ରଖିପାରିବେ ।

୩.ନିମ୍ବ: ରୂପି ପାଇଁ .ନିମ୍ବ ହେଉଛି ଏପରି ଏକ ଔଷଧୀୟ ଗଛ ଯାହାକି  ଚିକିତ୍ସା ପାଇଁ ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି । ଡାଣ୍ଡ୍ରଫ୍ ହେଉଛି ଏକ ତ୍ୱଚା ସମସ୍ୟା ଯାହା ଜୀବାଣୁ ସଂକ୍ରମଣ ଏବଂ ରାସାୟନିକ ପଦାର୍ଥ କାରଣରୁ ହୋଇଥାଏ । ନିମ୍ବରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ତ୍ୱଚାକୁ ସଫା ରଖିବା ଏବଂ ରୂପିକୁ ହଟାଇବ ରେ ସାହାର୍ଯ୍ୟ କରେ ।କିଛି ପାଣି ସହିତ ମୁଠାଏ ନିମ୍ବ ପତ୍ରକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁଣ୍ଡରେ ଲଗାନ୍ତୁ । ଏହାକୁ ଲଗାଇବାର ୧୫-୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। 

୪. ତୁଲସୀ:  ସ୍ୱଚ୍ଛ ଚର୍ମ ପାଇଁ ତୁଲସୀ ଅପେକ୍ଷା କୌଣସି ଭଲ ପ୍ରତିକାର ନାହିଁ । ତୁଳସୀ ହେଉଛି ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି- ଇନଫ୍ଲାମେଟୋରୀ, ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୁର ଯାହା ଚର୍ମ ସମସ୍ୟା ସହ ବ୍ରଣ, ବ୍ଲାକହେଡ୍ସ ଭଳି ବିଭିନ୍ନ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ଅଳ୍ପ ପାଣିରେ ତୁଲସୀ ପତ୍ରକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ।  ଲଗାଇବାର ୧୦-୧୫ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।  

ଅନ୍ୟମାନଙ୍କୁ ଜଣାନ୍ତୁ।