You are currently viewing ପ୍ରତ୍ୟେକ ଦିନ ସେବନ କରନ୍ତୁ ସୁଣ୍ଠି ଯୁକ୍ତ କ୍ଷୀର, ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ସହ ଦୂର ହେବ ଏହିସବୁ ସମସ୍ୟା

ପ୍ରତ୍ୟେକ ଦିନ ସେବନ କରନ୍ତୁ ସୁଣ୍ଠି ଯୁକ୍ତ କ୍ଷୀର, ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ସହ ଦୂର ହେବ ଏହିସବୁ ସମସ୍ୟା

ଅନେକ ସମୟରେ ଅଧିକାଂଶ ଲୋକମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । କେବେ କେବେ ଏହି ସମସ୍ୟା ଜଲଦି ଶେଷ ହୋଇଯାଇଥାଏ ତ କେବେ ଏହି ସମସ୍ୟା ଅନେକ ଦିନ ଧରି ରହିଥାଏ । ଏହି କାରଣରୁ ଆମ ମାନଙ୍କୁ ଏହିସବୁ ରୋଗରୁ ରକ୍ଷା ପାଇବା ପାଇର୍ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯେପରିକି ସୁସ୍ଥ ଖାଦ୍ୟପେୟ । କାରଣ ସୁସ୍ଥ ଖାଦ୍ୟ-ପାନୀୟ ହିଁ ଆମକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହିସବୁ ସୁସ୍ଥ ଖାଦ୍ୟ-ପାନୀୟ ଭିତରେ ଆପଣ ସୁଣ୍ଠି ଯୁକ୍ତ କ୍ଷୀର ସେବନ କରିପାରିବେ । କାରଣ ଏହା ଶରୀରକୁ ଅନେକ ପ୍ରକାର ଲାଭ ଦେଇଥାଏ । ଏଥିରେ ଆଣ୍ଟି-ବ୍ୟାକ୍ଟେରିୟାଲ ଏବଂ ଆଣ୍ଟି-ଇଫ୍ଲୋମେଟରୀ ଭଳି ଗୁଣ ରହିଥାଏ । ତେବେ ଆସନ୍ତୁ ଜାଣିବା ସୁଣ୍ଠି ମିଶ୍ରଣ କ୍ଷୀର ପିଇବା ଦ୍ୱାରା କ’ଣ କ’ଣ ଫାଇଦା ମିଳିଥାଏ ।

-ସୁଣ୍ଠି ଜ୍ୱର, କାଶ ଏବଂ ଥଣ୍ଡା ଭଲ କରିବା ସହ ଇମ୍ୟୁନିଟ୍ ବୁଷ୍ଟ ମଧ୍ୟ କରିଥାଏ । କାରଣ ଏଥିରେ ଆଣ୍ଟି-ବ୍ୟାକ୍ଟେରିୟାଲ ଏବଂ ଆଣ୍ଟି-ଇଫ୍ଲୋମେଟରୀ ଗୁଣ ରହିଥାଏ । ଏହି କାରଣରୁ ଆପଣ ପ୍ରତ୍ୟେକ ଦିନ ସୁଣ୍ଠି ଯୁକ୍ତ କ୍ଷୀର ସେବନ କରନ୍ତୁ ।
-କ୍ଷୀରରେ ସୁଣ୍ଠି ମିଶାଇ ପିଇବା ଦ୍ୱାରା ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା କମ ହୋଇଥାଏ । ଯଦି ଆପଣ ଏଭଳି ଯନ୍ତ୍ରଣାର ସାମ୍ନା କରୁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ସୁଣ୍ଠି ମିଶାଇ ସେବନ କରନ୍ତୁ । ଦେଖିବେ ଖୁବ୍ କମ ଦିନରେ ଆପଣଙ୍କୁ ଆରାମ ମିଳିବ ।

-ଯଦି ଆପଣ ପାଚନ ସମସ୍ୟାରେ ପୀଡ଼ିତ ତେବେ ଆପଣ ନିଶ୍ଚିନ୍ତ ରୂପେ ସୁଣ୍ଠି ଯୁକ୍ତ କ୍ଷୀର ସେବନ କରନ୍ତୁ । ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା, ଏସିଡିଟି, କବଜ ଏବଂ ଆମ୍ବିଳା ଢକାର ଦେବା ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।
-ସେହିଭଳି ଯଦି ଆପଣଙ୍କୁ ଜ୍ୱର ହୋଇଥାଏ କିମ୍ବା ଗଳାରେ ଯନ୍ତ୍ରଣା ବା କାଶ ହେଉଥାଏ ତେବେ ଆପଣ କ୍ଷୀରରେ ସୁଣ୍ଠି ପକାଇ ସେବନ କରିପାରିବେ । କାରଣ ଏପରି କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ ଏହିସବୁ ସମସ୍ୟା ତୁରନ୍ତ ଭଲ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।