amla

ପ୍ରତ୍ୟେକ ଦିନ ଖାଆନ୍ତୁ ମାତ୍ର ଗୋଟିଏ ଅଁଳା, ଦୂର ହେବ ଏହିସବୁ ଜଟିଳ ସମସ୍ୟା

ଶୀତଋତୁରେ ବଜାରରେ ଅନେକ ପ୍ରକାର ଫଳ ଓ ପନିପରିବା ମିଳିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହିସବୁ ଫଳ ମଧ୍ୟରୁ ଅଁଳା ଏପରି ଏକ ଫଳ, ଯାହାକୁ ଅନେକ ଲୋକ ସ୍ୱାସ୍ଥ୍ୟ ଲାଭ ପାଇଁ ବ୍ୟବହାର କରିଥାନ୍ତି । ସେହିଭଳି ଅଁଳାରେ ପ୍ରସ୍ତୁତ ହୋଇଥିବା ଆଚାର ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସେହିଭଳି ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଆଖି ଏବଂ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦେଖାଯାଇନଥାଏ । ସେହିଭଳି ଡାଇବେଟିଜ୍ ଥିବା ରୋଗୀମାନଙ୍କୁ ଅଁଳା ଜୁସ୍ ପିଇବା ପାଇଁ କୁହାଯାଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶୀତଋତୁରେ ପ୍ରତ୍ୟେକ ଦିନ ଗୋଟିଏ ଅଁଳା ଖାଇବା ଉଚିତ୍ । ଛୋଟ ଦେଖାଯାଉଥିବା ଏହି ଫଳରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଫାଇବର ଏବଂ ଭିଟାମିନ-ସି ରହିଥାଏ । ତେବେ ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ୱାରା ଶରୀରରେ କେଉଁ କେଉଁ ଲାଭ ହୋଇଥାଏ ।

ଅଁଳା ସେବନ କରିବା ଦ୍ୱାରା ଡାଇବେଟିଜ୍ ସ୍ତର ନିୟନ୍ତ୍ରିତ ହୋଇଥାଏ । ଅଁଳାରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ରକ୍ତ ପ୍ରବାହରେ ସୁଗାରର ଅବଶୋଷଣକୁ କମ କରିଦେଇଥାଏ, ଯାହାଦ୍ୱାରା ବ୍ଲଡସୁଗାର ସ୍ତର ବଢିପାରି ନଥାଏ ।

ହୃଦରୋଗ ଜନିତ ସମସ୍ୟା କମ କରିଥାଏ ଅଁଳା । ଅଁଳାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ପୋଟାସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ । ଆଣ୍ଟିଅକ୍ସିଡେଣ୍ଟ ରକ୍ତରେ ଏଲଡିଏଲ(ବ୍ୟାଡ) କୋଲେଷ୍ଟ୍ରଲର ଅକ୍ସିକରଣକୁ ରୋକି ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହିକାରଣରୁ ପ୍ରତ୍ୟେକ ଦିନ ଅଁଳା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।

ଅଁଳାରେ ବହୁଳ ପରିମାଣରେ ଭିଟାମିନ୍‌-ସି ରହିଥାଏ । ଏହିକାରଣରୁ ଶୀତ ଦିନେ ଅଁଳା ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।