You are currently viewing ରଙ୍ଗ ଖେଳିବା ବେଳେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ରଙ୍ଗ ଖେଳିବା ବେଳେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ହୋଲି ହେଉଛି ଆନନ୍ଦ ଉଲ୍ଲାସର ପର୍ବ ।   ସମସ୍ତେ ବହୁ ଆନନ୍ଦରେ ଏହି ପର୍ବ ପାଳନ କରିଥାନ୍ତି ।  କିନ୍ତୁ ବେଳେବେଳେ  ନିଜର ଅସାବଧାନତା ଓ ଭୁଲ ଯୋଗୁ   ଏହି ଖୁସିର ପର୍ବରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେହିଭଳି ଏହି ଦିନରେ  ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଏହି ପର୍ବ  ପାଳନ କରନ୍ତି । ବେଳେବେଳେ ଏହି ରଙ୍ଗ ଖେଳିବା ପରେ ଆମର ଛୋଟ ଛୋଟ ଭୁଲ ତ୍ୱଚାକୁ ଖରାପ କରିଦେଇଥାଏ । କାରଣ ଲୋକେମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗକୁ ଆଣି ହୋଲି ଖେଳନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି କି  ଏହି ରଙ୍ଗ କେମିକାଲ ଯୁକ୍ତ ହୋଇଥାଏ ।  ଯାହା ପରେ  ତ୍ୱଚାରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ  କେମିକାଲ ଯୁକ୍ତ ରଙ୍ଗ  ତ୍ୱଚାରେ ଲାଗିଲେ  ଏହା ଆଲର୍ଜି , ରୁଖାପଣ,ଦାଗ ଏବଂ ବ୍ରଣ  ଭଳି ସମସ୍ୟା ହୋଇପାରେ ।  ସେଥିପାଇଁ  କେମିକାଲ ଯୁକ୍ତ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗରେ ହୋଲି ଖେଳିବା ଆବଶ୍ୟକ । ତେବେ ଚାଲନ୍ତୁ ନଜର ପକାଇବା ହୋଲି ସମୟରେ କିଭଳି ଭାବେ ନିଜ ତ୍ୱଚାର ଯତ୍ନ ନେବେ ।

ହୋଲି ଖେଳିବା ପୂର୍ବରୁ  ତ୍ୱଚାରେ ମଶ୍ଚରାଇଜରକୁ ଭଲଭାବେ ଲଗାଇନିଅନ୍ତୁ ।  ଏହାଦ୍ୱାରା ତ୍ୱଚା ମୂଲାୟମ ରହିବା ସହ  ରଙ୍ଗର ପ୍ରଭାବ ଶରୀର ଭିତରକୁ ଯାଇପାରେ ନାହିଁ । ରଙ୍ଗ ଛଡାଇବା ମଧ୍ୟ ସହଜ ହୋଇଥାଏ ।

ସେହିଭଳି କେମିକାଲ ଯୁକ୍ତ ରଙ୍ଗରେ ହୋଲି ଖେଳିବା ଦ୍ୱାରା ତ୍ୱଚା ପୋଡା ହେବା ସହ  ରୁଖା ମଧ୍ୟ ହୋଇଥାଏ । ସେଥିପାଇଁ ରଙ୍ଗ ଖେଳିବା ପୂର୍ବରୁ  ସନସ୍କିନ ଲୋସନ ଲଗାଇବା ନିହାତି ଆବଶ୍ୟକ ।  କାରଣ ଏହା ତ୍ୱଚାକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ। 

ରଙ୍ଗ ଖେଳିବା ସମୟରେ ତ୍ୱଚା ସହିତ କେଶର ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ । ଏଥିପାଇଁ ଆପଣ ରଙ୍ଗ ଖେଳିବା ପୂର୍ବରୁ  କେଶରେ ନଡିଆ ତେଲ ଲଗାଇବା ନିହାତି ଆବଶ୍ୟକ । ଏପରି କରିବା ଦ୍ୱରା କେଶରୁ ସହଜରେ ରଙ୍ଗ ଛାଡିଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।