You are currently viewing ରସୁଣ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଉପକାରିତା

ରସୁଣ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଉପକାରିତା

ଆମେ ନିତିଦିନିଆ ଜୀବନରେ ଖାଦ୍ୟରେ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟରୁ ରସୁଣ ହେଉଛି ଅନ୍ୟତମ । ପ୍ରାୟତଃ ସମସ୍ତଙ୍କ ଘରେ ରସୁଣ ଖୁବ ସହଜରେ ମିଳିଯାଏ । ରସୁଣକୁ ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । ରସୁଣର ସୁଗନ୍ଧ ଲୋକଙ୍କୁ ଖୁବ୍ ପସନ୍ଦ ହୋଇଥାଏ । ସେଥି ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ବହୁତ ଘରେ ରସୁଣକୁ ବ୍ୟବହାର କରାଯାଇଥାଏ । ରସୁଣ ଖାଦ୍ୟକୁ ସୁସ୍ୱାଦୁ ବନେଇବାରେ ସହାର୍ଯ୍ୟ କରିଥାଏ । ଏହା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ରସୁଣରେ ଥିବା ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ –

Garlic: Proven health benefits and uses
  • ରସୁଣରେ ଅନେକ ଉପାଦାନ ରହିଛି , କିନ୍ତୁ ଏଥିରେ ମୁଖ୍ୟତ ମିନେରାଲ୍ସ ଭିଟାମିନ୍-ସି, ଭିଟାମିନ୍-ବି ୬, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ, କ୍ୟାଲସିୟମ୍ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
    -ରସୁଣ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ କରେ । ହାଇ ବ୍ଲଡ୍ ପ୍ରେସରରେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ ହେବାର ଅନେକ ସମ୍ଭାବନା ରହିଥାଏ । ରସୁଣ ହାଇ ବ୍ଲଡ ପ୍ରେସରର ସମସ୍ୟାକୁ ଠିକ୍ କରିଦେଇଥାଏ । ଏନେଇ ଅନେକ ରିସର୍ଚ୍ଚ କରାଯାଇଛି , ଯେଉଁଥିରେ ଦେଖିବାକୁ ମିଳିଛି କି ରସୁଣରେ ବ୍ଲଡ୍ ପ୍ରେସରକୁ ଆୟତ୍ତ କରିବାର ଗୁଣ ରହିଛି ।
  • ରସୁଣ କୋଲେଷ୍ଟ୍ରୋଲ ଲେବଲକୁ ମଧ୍ୟ ହ୍ରାସ କରିବାର କାମ କରିଥାଏ । ଏକ ରିସର୍ଚ୍ଚରେ କିଛି ଲୋକଙ୍କୁ ଗାର୍ଲିକ ସପ୍ଲିମେଣ୍ଚ ଦିଆ ଯାଇଥିଲା । ଏହାପରେ ଦେଖିବାକୁ ମିଳିଥିଲା କି ସେମାନଙ୍କର ବ୍ୟାଡ୍ କୋଲେଷ୍ଟ୍ରୋଲ କମିଯାଇଛି ।
500+ Garlic Pictures | Download Free Images on Unsplash
  • ରସୁଣକୁ ଥଣ୍ଡା ସର୍ଦ୍ଦିରେ ଏକ ପ୍ରମୁଖ ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ରସୁଣକୁ ସୋରିସ ତେଲରେ ଫୁଟାଇ ପାଦରେ ମାଲିସ କରିବା ଦ୍ୱାରା ଥଣ୍ଡା ଭଲ ହୋଇଥାଏ ଏବଂ ଏହା ଶରୀରକୁ ଆରାମ ପ୍ରଦାନ କରିଥାଏ ।
  • ଦେଶର ପ୍ରସିଦ୍ଧ ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁଯାୟୀ ଆପଣ ସୁସ୍ଥ ରହିବା ପାଇଁ ଆପଣ ପ୍ରତିଦିନ ଦୁଇଟି କୋଲା ରସୁଣ ଖାଇପାରିବେ। ଏହାଠାରୁ ଅଧିକ ଖାଇବା ଉଚିତ୍ ନୁହେଁ ।
ଅନ୍ୟମାନଙ୍କୁ ଜଣାନ୍ତୁ।