You are currently viewing ଆଜି ବି ଏହି ସ୍ଥାନରେ ରହିଛି ପର୍ଶୁରାମଙ୍କ ଫାର୍ସା !

ଆଜି ବି ଏହି ସ୍ଥାନରେ ରହିଛି ପର୍ଶୁରାମଙ୍କ ଫାର୍ସା !

ଭଗବାନ ପର୍ଶୁରାମଙ୍କ ବିଷୟରେ ଆମେ ସମସ୍ତେ କିଛି ନା କିଛି ଜାଣିଛନ୍ତି । ପର୍ଶୁରାମଙ୍କୁ ଭଗବାନ ବିଷ୍ଣୁଙ୍କ ଅଂଶ ଅବତାର ବୋଲି କୁହାଯାଏ । ଭଗବାନ ପର୍ଶୁରାମଙ୍କ ଜନ୍ମ ଦେବରାଜ ଇନ୍ଦ୍ରଙ୍କ ବରଦାନରୁ ରେଣୁକାଙ୍କ ଗର୍ଭରୁ ହୋଇଥିଲା । ତାଙ୍କ ପିତାଙ୍କ ନାମ ମହର୍ଷି ଯମଦଗ୍ନି ଥିଲା। କୁହାଯାଏ ଯେ, ପର୍ଶୁରାମଙ୍କ ପିଲାବେଳର ନାମ ରାମ ଥିଲା । ପରେ ଯେତେବେଳେ ଭଗବାନ ଶିବ ପର୍ଶୁରାମଙ୍କୁ ‘ପରଶୁ’ ନାମକ ଅସ୍ତ୍ର ବରଦାନ ସ୍ବରୂପ ଦେଲେ ତା’ପରେ ତାଙ୍କ ନାମ ପର୍ଶୁରାମ ହୋଇଯାଇଥିଲା । ସେ ବହୁତ ଶକ୍ତିଶାଳୀ ଏବଂ ଜ୍ଞାନୀ ଥିଲେ ।

ପୁରାଣରେ ପର୍ଶୁରାମ ଏବଂ ତାଙ୍କ ଫାର୍ସା ବିଷୟରେ କାହାଣୀରେ ଶୁଣିଥିବେ, କିନ୍ତୁ କ’ଣ ଆପଣ ଜାଣନ୍ତି କି ସେହି ଫାର୍ସା ଏବେ ବି ପୃଥିବୀରେ ବିଦ୍ୟମାନ ଅଛି |
କୁହାଯାଏ ଯେ, ଯେ ଏକ ପାହାଡ ଉପରେ ଅବସ୍ଥିତ ଏକ ମନ୍ଦିରରେ ଭଗବାନ ପର୍ଶୁରାମଙ୍କ ଫାର୍ସା ପୋତି ହୋଇ ରହିଛି , ଯାହାକୁ ସେ ନିଜେ ପୋତି ଦେଇଛନ୍ତି। ତେବେ ଏହି ଫାର୍ସା ସହ ଜଡିତ ଏକ ରହସ୍ୟମୟ କାହାଣୀ ଅଛି,
ତେବେ ଚାଲନ୍ତୁ ଜାଣିବା ସେ ରହସ୍ୟମୟ କାହାଣୀ ବିଷୟରେ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ |
ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ପ୍ରାୟ 150 କିଲୋମିଟର ଦୂରରେ ଗୁମଲା ଜିଲ୍ଲାରେ ଏକ ପାହାଡ ଅଛି, ଯେଉଁଠାରେ ଟାଙ୍ଗିନାଥ ଧାମ ଅବସ୍ଥିତ | ଏହି ଧାମର ଏକ ମନ୍ଦିରରେ ଭଗବାନ ପର୍ଶୁରାମଙ୍କ ଫାର୍ସା ରହିଛି | ଏହି ଫାର୍ସାଟି ଖୋଲା ଆକାଶ ତଳେ ରହିଥିଲେ ମଧ୍ୟ ଏଥିରେ ଏଯାଏ କଳଙ୍କି ଲାଗି ନାହିଁ ।

ବିଶ୍ୱାସ କରାଯାଏ ଯେ ଯିଏ ଏହି ଫାର୍ସାରେ ଚମତ୍କାରୀ ଶକ୍ତି ରହିଛି । ଯଦି କିଏ ଏହା ସହ ଅସଦାଚରଣ କରିବାକୁ ଚେଷ୍ଟା କରେ, ତାଙ୍କୁ ଭୟଙ୍କର ପରିଣାମର ସାମ୍ନା କରିବାକୁ ପଡିଥାଏ | କୁହାଯାଏ ଯେ ଥରେ କମାର ଜନଜାତିର କିଛି ଲୋକ ଫାର୍ସାକୁ ନେବାକୁ ଅନେକ ଉଦ୍ୟମ କରିଥିଲେ କିନ୍ତୁ ସେମାନେ ଏହାକୁ ନେଇଯିବାରେ ବିଫଳ ହୋଇଥିଲେ। କିନ୍ତୁ ଘଟଣା ପରେ ସେହି କମାର ଜନଜାତିର ଲୋକମାନେ ଗୋଟିଏ ପରେ ଗୋଟିଏ ମରିବା ଆରମ୍ଭ କରି ଦେଇଥିଲେ । ଭୟଭୀତ ହୋଇ ସେମାନେ ଏହି ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯାଇଥିଲେ ।

ବିଶ୍ୱାସ କରାଯାଏ ଯେ ତ୍ରେତୟାଯୁଗରେ ଜନକପୁରରେ ମାତା ସୀତାଙ୍କ ସ୍ବୟମ୍ବର ସମୟରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗିଥିଲେ, । ସେହି ସମୟରେ ଏକ ଭୟଙ୍କର ଶଦ୍ଦ ସୃଷ୍ଟି ହୋଇଥିଲା । ପର୍ଶୁରାମ ଏହାର ଭୟଙ୍କର ଶବ୍ଦ ଶୁଣି ରାଗିଯାଇ ଜନକପୁରରେ ପହଞ୍ଚିଯାଇଥିଲେ । ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ଚିହ୍ନି ନପାରି ସେ ସେମାନଙ୍କୁ ଅନେକ ଖରାପ କଥା କହିଥିଲେ। କିନ୍ତୁ ପରେ ଯେତେବେଳେ ସେ ଜାଣିଲେ ଯେ ରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅବତାର, ସେ ଅତ୍ୟନ୍ତ ଲଜ୍ଜିତ ହୋଇଯାଇ ପଶ୍ଚାତାପ କରିବା ପାଇଁ ଘୋର ଜଙ୍ଗଲ ମଧ୍ୟରେ ଏକ ପର୍ବତକୁ ଚାଲିଯାଇଥିଲେ । ସେଠାରେ ସେ ଫାର୍ସା ପୋତି ଦେଇ ତପସ୍ୟା କରିବା ଆରମ୍ଭ କଲେ। ଏବେ ସେହି ସ୍ଥାନ ଟାଙ୍ଗିନାଥ ଧାମ ନାମରେ ଜଣାଶୁଣା |

ଅନ୍ୟମାନଙ୍କୁ ଜଣାନ୍ତୁ।