You are currently viewing ଚାକିରୀ ନାଁରେ ଲୁଟିନେଲେ ୪ଲକ୍ଷ ୭୦ହଜାର

ଚାକିରୀ ନାଁରେ ଲୁଟିନେଲେ ୪ଲକ୍ଷ ୭୦ହଜାର

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ : ରେଲୱେ ଚାକିରୀ ଦେବା ନାଁରେ ଲୁଟିନେଲା ଚାରିଲକ୍ଷ ୭୦ ହଜାର ଟଙ୍କା । ମହିଳାଙ୍କ ସହ ମାଆ ପୁଅର ସମ୍ପର୍କ ଯୋଡି ଫୋନରେ ମିଠା ମିଠା କଥା କହି ଟଙ୍କା ଲୁଟିଥିଲା ଠକ ସନ୍ତୋଷ ଗ୍ରହଚାର୍ଯ୍ୟ । ତେବେ ଠକାମିର ଶିକାର ହୋଇଥିବା ହମିଳା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ପୋଡପଡା ଗ୍ରାମର ଅବନ୍ତି ଜେନା । ଆଜିକୁ ପ୍ରାୟ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ନା ପୁଅକୁ ଚାକିରୀ ମିଳୁଛି ନା ସେ ଦେଇଥିବା ଟଙ୍କା ଫେରିପାଉଛନ୍ତି କ୍ଷ ଅଭିଯୋଗ ମୁତାବକ, ହିନ୍ଦୋଳ ରୋଡ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀରେ ଚାକିରୀ କରୁଥିବା ସନ୍ତୋଷ ଅବନ୍ତିଙ୍କ ସହ ମାର ସମ୍ପର୍କ ଯୋଡ଼ି ଚାରି ଲକ୍ଷ ସତୁରୀ ହଜାର ଟଙ୍କା ହଡ଼ପ କରିବା କଥା ଏବେ ଅଞ୍ଚଳରେ ଚାଞ୍ଚ୍ଚଲ୍ୟା ସୃଷ୍ଟି କରିଛି.. ଅବନ୍ତି ମୋଟଙ୍ଗା ଥାନାରେ ଆଜିକୁ ପ୍ରାୟ ୬ ମାସ ପୂର୍ବରୁ କେସ କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଅବନ୍ତି ଆଜି ଓଡ଼ାପଡ଼ା ବ୍ଲକ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଇଛନ୍ତି.. ଏପରିକି ହିନ୍ଦୋଳ ରୋଡ ଫାଣ୍ଡିର ହୋମ ଗାର୍ଡ ଦୂର୍ୟ୍ୟଧନ ସ୍ୱାଇଁ ଓରଫ ରାଜୁ ଗାଡ଼ି ଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି.. ତେବେ ବର୍ତମାନ ଜିଲ୍ଳାପାଳ ଅବନ୍ତୀଙ୍କୁ କେବେ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।