You are currently viewing ଦୁଃଖଦ ଖବର: ଗୋଟେ ଦିନରେ କରୋନାରେ ୧୦ମୃତ

ଦୁଃଖଦ ଖବର: ଗୋଟେ ଦିନରେ କରୋନାରେ ୧୦ମୃତ

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜି ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ , ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୬୦,୩୦ ଓ ୬୦ବର୍ଷ । ସେହିପରି ବାଲେଶ୍ୱରର ୨ମୃତକଙ୍କ ବୟସ ୩୭ ଓ ୬୦ବର୍ଷ । ସୁନ୍ଦରଗଡ଼ରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ବୟସ ୫୪ ଓ ୬୦ବର୍ଷ । ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ବୟସ ୩୭, ୬୧ ଓ ୪୭ବର୍ଷ ହୋଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।