ପୁଣି ଆସୁଛି କାଳବୈଶାଖୀ

ଭୁବନେଶ୍ୱର(ଏଏନଏସ) ୧୬/୦୫:ଆଗକୁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ରାଜ୍ୟରେ ଆଗକୁ ଖରା କମିବ, କିନ୍ତୁ ଗୁଳୁଗୁଳି ବଢ଼ିବ । ୧୮ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୧୬, ୧୭, ୧୮ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ରେ ୪୩, ବଲାଙ୍ଗୀରରେ ୪୩, ଟିଟିଲାଗଡ଼ରେ ୪୨.୨, ସମ୍ବଲପୁରରେ ୪୨.୨, ଝାରସୁଗୁଡ଼ାରେ ୪୧.୬, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୫, ମାଲକାନଗିରିରେ ୪୧ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.

one × 4 =