You are currently viewing ଆଜି ୧୬ ଜୀବନ ନେଲା କରୋନା

ଆଜି ୧୬ ଜୀବନ ନେଲା କରୋନା

ଭୁବନେଶ୍ୱର, ରାଜ୍ୟରେ ଆଜି ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ବାଲେଶ୍ୱରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, କଟକ,ଢେଙ୍କାନାଳ,ଗଞ୍ଜାମ, କଳାହାଣ୍ଡ, କନ୍ଧମାଳ,ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।