You are currently viewing ଆସିଗଲାଣି କି ତୃତୀୟ ଲହର ! ଆଜି କରୋନାରେ ୨ ଶିଶୁକନ୍ୟା ମୃତ

ଆସିଗଲାଣି କି ତୃତୀୟ ଲହର ! ଆଜି କରୋନାରେ ୨ ଶିଶୁକନ୍ୟା ମୃତ

ଭୁବନେଶ୍ୱର-୨୭.୦୮.୨୦୨୧, କରୋନା ଦ୍ବିତୀୟ ଲହର ସଂକ୍ରମଣ କମୁଥିବା ବେଳେ ଏବେ ରାଜ୍ୟରେ ତୃତୀୟ ଲହରକୁ ନେଇ ଭୟ ବଢିଲାଣି । ତୃତୀୟ ଲହରରେ ଶିଶୁମାନେ ବେଶି ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଛୋଟ ଶିଶୁମାନେ କରୋନାରେ ଆକ୍ରାନ୍ତ ଓ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହି ଧାରାରେ ଆଜି କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଜଣେ ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ଏବଂ ଅନ୍ୟ ଜଣେ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । କଟକ ଜିଲ୍ଲାରୁ ୧୨ ଦିନର ଶିଶୁକନ୍ୟା ମୃତ, ହେମୋଗ୍ଲୋବିନୋପାଥରେ ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା SNCUରେ ଚିକିତ୍ସିତ ହେଉଥିବା ବେଳେ ଆଉ ୮ ଜଣଙ୍କ ବୟସ ମାସକରୁ ଅଧିକ ଅଛି।

ଅନ୍ୟମାନଙ୍କୁ ଜଣାନ୍ତୁ।