You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୧,୬୩୭ କରୋନା ପଜିଟିଭ ଚିହ୍ନଟ ଏବଂ ୬୨ ମୃତ ।
୨ . ଆଜିଠାରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପା‌ଠପଢ଼ା ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ଦିନ ୧.୩୦ ଯାଏ ଚାଲିବ କ୍ଲାସ ।
୩ . ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ବିଶୁଦ୍ଧ ଟ୍ୟାପ ପାନୀୟ ଜଳ ପାଇପାରିବେ ପୁରୀବାସୀ । ଏଥିରେ ପୁରୀର ୨.୫ ଲକ୍ଷ ଲୋକ ଓ ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ।
୪ . SOP ଅନୁସାରେ ସ୍କୁଲ ଖୋଲିଛି, ସ୍କୁଲ ଶିକ୍ଷାକୁ ପିଲା ଗୁରୁତ୍ବ ଦେଉଛନ୍ତି । ଅଭିଭାବକ ନ ଚାହିଁଲେ ଅନ୍‌ଲାଇନ ପାଠପଢିବେ ଛାତ୍ରଛାତ୍ରୀ : ସମୀର ରଞ୍ଜନ ଦାଶ ।
୫ . କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ମାନବାଧିକାର କମିଶନ । ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି ,ଜେଲ ବିଭାଗ ଡିଜିଙ୍କୁ ଓଏଚସିଆରସିଙ୍କ ନୋଟିସ ।
୬ . ପୁରୀର ବାସେଲି ସାହି ଥାନା ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୁତ୍ତ ।
୭ .ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳର ଜଙ୍ଗଲ ପାହାଡ଼ ଘେରା ବାଡ଼ିବାରୀ ଗାଁରେ।
୮ . ଯୌତୁକ ଜୁଇରେ ଆଉ ଜଣେ ଯୁବତୀଙ୍କର ମୃତ୍ୟୁ ଏଭଳି ଏକ ଘଟଣା ଘଟିଛି ନୟାଗଡ ନିକଟବର୍ତ୍ତୀ ଖେଡ଼଼ପଡା ଗ୍ରାମରେ ।
୯ . ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା, ଦୁଇ ମୃତ। ଆଉ ଦୁଇ ଗୁରୁତର । ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।
୧୦ .ଅନେକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା,ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।