You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୬୪ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୩ ମୃତ ।
୨. ଦୀର୍ଘ ୯ ମାସ ପରେ ଭୋର ୪ଟାରୁ ଖୋଲିଲା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର । ସାମାଜିକ ଦୂରତା ବଜାୟ ରଖି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
୩. ଫେବୃଆରୀରେ ହେବନି ସିବିଏସଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ।
୪. ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଭୁବନେଶ୍ୱର ବିମାନନ୍ଦରରେ ନୂଆ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର ।

୫. ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ନାମରେ ନାମିତ ହେଲା ବାରିପଦା ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ।
୬. ଧାନ କିଣା ପ୍ରକ୍ରିୟା ସମୀକ୍ଷା, ସୋସିଆଲ୍ ମିଡିଆରେ ଚାଷୀଙ୍କ ସମସ୍ୟା ବୁଝୁଛନ୍ତି ଯୋଗାଣ ମନ୍ତ୍ରୀ ।
୭. ଭୁବନେଶ୍ୱରରୁ ମୋବାଇଲ ଲୁଟେରା ଗିରଫ, ୪୦ ଦାମୀ ମୋବାଇଲ ଜବତ କରିଛି ସ୍ପେସିଆଲ ସ୍କ୍ୱାର୍ଡ ।
୮. ବାଲେଶ୍ୱର ଜିଲା ବସ୍ତା ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏଟିଏମରୁ ଟଙ୍କା ଲୁଟ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର ।

୯. ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ସମ୍ପତ୍ତି ଜବତ ।

୧୦. ଶୀତରେ ଥରୁଛି କନ୍ଧମାଳ ଓ ଫୁଲବାଣୀ । କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିସ ରହିଥିବା ବେଳ, ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।