You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ଜାନୁଆରୀ ୨୧ରୁ ତୋଷାଳି ମେଳା ଆରମ୍ଭ । ସମୁଦାୟ ୨୫୦ଟି ଷ୍ଟଲକୁ ମିଳିଛି ଅନୁମତି ।
୩. ଟିକା ନେବାକୁ ମନା କଲେ ପରବର୍ତ୍ତୀ ମୁହୂର୍ତ୍ତରେ ମିଳିବନି ମାଗଣା ଟିକା । ଅନୁପସ୍ଥିତ ଥିଲେ ପରେ ଆସି ନେଇପାରିବେ ଟିକା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
୪. ବ୍ରହ୍ମପୁରରେ ଚାକିରି ନାଁରେ ଟଙ୍କା ଠକେଇ ମାମଲାରେ ଇଣ୍ଡିଆ ହେଲ୍ପ ଲାଇନ୍ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଗିରଫ ।
୫. ସୁବର୍ଣ୍ଣପୁର ବୀରମହାରାଜପୁରରେ ବାପାର ମୃତଦେହକୁ ପୋତି ପୁଅ ଫେରାର । ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରୁଛି ପୋଲିସ ।

୬. ଯାଜପୁର କୋରେଇ ଥାନା ବରୁଣ୍ଡେଇ ପେଟ୍ରୋଲ ପମ୍ପ ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ପଥଚାରୀ ମହିଳା ମୃତ ।
୭. ବଲାଙ୍ଗିର ପ୍ରସିଦ୍ଧ ଶୁଳିଆ ଯାତ୍ରାରେ ପଡ଼ିଲା ବଳି । ଶୁଳିଆ ପୀଠର ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ପକାଇଲେ ବଳି ।
୮. ଭୁବନେଶ୍ବରରେ ଦେଶୀ ମଦଭାଟି ଉପରେ ଚଢ଼ାଉ । ୩ ହଜାର ଲିଟର ଦେଶୀ ମଦ ନଷ୍ଟ, ୧୩ ଗିରଫ ।
୯. ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ।
୧୦. ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାରେ ୧୦.୪ ଡିଗ୍ରି ରେକର୍ଡ ।

ଅନ୍ୟମାନଙ୍କୁ ଜଣାନ୍ତୁ।