You are currently viewing ଆସନ୍ତା ୫ ତାରିଖରେ ଉପନିର୍ବାଚନ

ଆସନ୍ତା ୫ ତାରିଖରେ ଉପନିର୍ବାଚନ

  • Post category:ଓଡିଶା
  • Reading time:1 mins read

ପଦ୍ମପୁର (ଏଏନଏସ)୧୭/୧୧, ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ତେବେ ଗତକାଲି ସୁଦ୍ଧା କେହି ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ତେବେ ଆଜି ଶେଷ ଦିନରେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ବର୍ଷା ସିଂ ବରିହା। ଅପରାହ୍ନରେ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିବ। ସେହିପରି ଅପରାହ୍ନରେ ବିଜେପି ନାମାଙ୍କନ ଦାଖଲ କରିବ। କଂଗ୍ରେସ ମଧ୍ୟ ଦିନ ୧୧ଟାରେ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ। ପରେ ପ୍ରାର୍ଥୀପତ୍ର ଦାଖଲ କରିବ। ନାମାଙ୍କନ ଦାଖଲ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପୁରୋହିତ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ମନୋରଞ୍ଜନ ସିଂ ବରିହା, ବୃନ୍ଦାବନ ପୁରୋହିତ, ପ୍ରସାନ୍ତ ବିଶ୍ୱାଳ ଓ ଉଦିତ ବୋଣ୍ଡିଆଙ୍କୁ ମିଶାଇ ୧୫ଜଣ ପ୍ରାର୍ଥୀପତ୍ର କିଣିଛନ୍ତି। ହେଲେ କେହି ଦାଖଲ କରିନାହାଁନ୍ତି। ନାମାଙ୍କନ ଦାଖଲ ପରେ ଜମିବ ପ୍ରଚାର । ଏଠାରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢ଼େଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।