You are currently viewing ଅସୁରକ୍ଷିତ ଶିମିଳିପାଳ

ଅସୁରକ୍ଷିତ ଶିମିଳିପାଳ

  • Post category:ଓଡିଶା
  • Reading time:1 mins read

ଶିମିଳିପାଳ (ଏଏନଏସ)୨୩/୦୫, ଜଣେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ ଅଂଚଳରେ ଘଟିଛି ଏପରି ଅଘଟଣ । କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନକର୍ମଚାରୀ ଘନ ଘନ ପାଟ୍ରୋଲିଂ ଯୋଗୁଁ ଅସୁବିଧାରେ ପଡିଥିଲେ ଶିକାରୀ । ଅଭୟାରଣ୍ୟରେ ଅବାଧ ଶିକାର କରିପାରୁନଥିବାରୁ ରାଗରେ ଶିକାରିମାନେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାଛଡା ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି । ସୁଚନା ଅନୁସାରେ ଶିକାରୀ ଏକ କୁଟୁରା ଶିକାର କରି ନେଉଥିଲା ସମୟରେ ଶିକାରୀକୁ ଘଉଡାଇବାକୁ ଯାଇଥିବା ଫରେଷ୍ଟ ଗାର୍ଡ ଉପରକୁ ଶିକାରୀ ପାଲଟା ଗୁଳି କରିଥିଲା। ସେପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଏବଂ ବନ ବିଭାଗ ବାରିପଦା ପିଆର୍. ଏମ୍ ମେଡିକାଲରେ ପହଁଚିଥିଲେ।ତେବେ ମୃତଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଥିଲେ କ୍ଷେତ୍ର ନିର୍ଦେଶକ। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଶିକାରୀ ପୂର୍ବରୁ ଶିମିଳିପାଳରେ ଲଗାତାର ଭାବେ ଶିକାର କରିଆସୁଛନ୍ତି। ଆଜି ମଧ୍ୟ ଶିକାରୀ ଶିକାର ପାଇଁ ଆସିଥିବାର ପୂର୍ବରୁ ସୂଚନା ବିଭାଗ ଅଧିକାରୀଙ୍କୁ ମିଳିଥିଲା।ତେଣୁ ବନବିଭାଗର କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ସହ ସାମ୍ନାସାମ୍ନି ହେବାରୁ ଗୁଳିକାଣ୍ଡ ଘଟିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।